ରାଜନୀତି

ପ୍ରିୟଦର୍ଶୀଙ୍କ ରୋଡ୍‌ ‌ସୋ’ – Kalinga News

[ad_1]

ଭୁବନେଶ୍ବର: ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଆଜି ରୋଡ୍‌ ସୋ’ କରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର। ଶହଶହ ସମର୍ଥକଙ୍କ ସହ ଓାର୍ଡ ନଂ ୧୦ର ଭୋଟପଡ଼ାରେ ପ୍ରତ୍ୟେକ ଲୋକଙ୍କୁ ଭେଟିବା ସହ ସୁବିଧାଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ସରକାରଙ୍କର ଯୋଜନାରେ ରାଜ୍ୟ ସରକାର କିଭଳି ବାଧକ ହୋଇଛନ୍ତି ଲୋକମାନଙ୍କୁ ସେ ଅବଗତ କରାଇଥିଲେ। କ୍ଷମତାକୁ ଆସିବା ପରେ ବା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବା ପରେ ପ୍ରତିଟି ସମସ୍ୟାର ସମାଧାନ ହେବା ସହ ପ୍ରତ୍ୟେକ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀ ପାଖରେ ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମଣ୍ଡଳ ସଭାପତି ବିଜୟ କୁମାର ରାଉତଙ୍କ ନେତୃତ୍ବରେ ତାରିଣୀ ବସ୍ତୀ ଅଞ୍ଚଳରେ ଆୟୋଜିତ ରୋଡ୍‌ ସୋ’ରେ ବିଜେପିର ନୀତି ଓ ଆଭିମୁଖ୍ୟ ପ୍ରଚାର କରାଯାଇ ଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button