ରାଜନୀତି

ଓଡ଼ିଶାରେ ବିଜେପି ସରକାର ଆସିଲେ, ଧନୀ ଓ ଗରିବ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ୍ କାର୍ଡ: ରାଜନାଥ ସିଂହ – Kalinga News

[ad_1]

ଭବାନୀପାଟଣା: ଓଡ଼ିଶାରେ ବିଜେପି ସରକାର ଆସିଲେ, ଧନୀ ଗରିବ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ୍ ସ୍ବାସ୍ଥ୍ୟ କାର୍ଡ। ଆଜି ଭବାନୀପାଟଣାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଏହା କହିଛନ୍ତି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛିନ୍ତି, ଆମେ ଯାହା କହୁ, ତାହା କରୁ। ଏହା ଆମ ଚରିତ୍ର। ଆମେ ୩୭୦ ହଟାଇବୁ କହିଥିଲୁ, ହଟାଇଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଲେ। ଏଥର ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣନ୍ତୁ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି।ଏହା ହେଉଛି ପ୍ରଭୁ ଜଗନ୍ନାଥ ଓ ମା’ ମାଣିକେଶ୍ବରୀଙ୍କ ଧରିତ୍ରୀ। କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ। ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ । ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ, କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି। ହେଲେ ମୋଦୀ କରି ଦେଖାଇଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ।

ସ୍ବତନ୍ତ୍ର ହେଲିକପ୍ଟରରେ ଭବାନୀପାଟଣାରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦଳ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ସେ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ସାଧାରଣ ସଭାରେ ବିଜେପିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେଓ ମଧ୍ୟ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button