ଦେଶ- ବିଦେଶ

ଆର୍ଥିକ ସଙ୍କଟ ପାଇଁ ପତ୍ନୀ ଏବଂ ଝିଅକୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା ଉଦ୍ୟମ କଲେ କେରଳ ବ୍ୟକ୍ତି – Kalinga News

[ad_1]

ନୂଆଦିଲ୍ଲୀ : କେରଳର କୋଲ୍ଲମ ଜିଲ୍ଲାରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ଝିଅର ଗଳାକାଟି ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଉକ୍ତ ଅଭିଯୁକ୍ତଙ୍କ ନାଁ ଶ୍ରୀଜୁ। ସେ ପୁଥକ୍କୁଲମ ବାସିନ୍ଦା। ମିଳିଥିବା ସୂଚନାନୁଯାୟୀ ସେ ପତ୍ନୀ ଏବଂ ଝିଅଙ୍କର ଗଳା କାଟିବା ପୂର୍ବରୁ ସେମାନଙ୍କୁ ବିଷ ଦେଇଥିଲେ। ପତ୍ନୀ ପ୍ରୀତା (୩୯) ଏବଂ ଝିଅ ଶ୍ରୀନନ୍ଦା (୧୨)ଙ୍କ ମୃତଦେହ ସେମାନଙ୍କ ଘରୁ ମିଳିଛି। ଶ୍ରୀଯୁ ତାଙ୍କ ବଡ଼ ପୁଅ ଶ୍ରୀରାଗ (୧୭)ଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ଏବଂ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜଣେ ପୁଲିସ ଅଫିସର କହିଛନ୍ତି, ଆର୍ଥିକ ସଙ୍କଟ ପାଇଁ ଏଭଳି ସ୍ଥିତି ଉପୁଜିଥାଇପାରେ। ଶ୍ରୀଜୁ ପେସାରେ ହେଉଛନ୍ତି ଜଣେ ରାଜମିସ୍ତ୍ରୀ। ଆର୍ଥିକ ସଙ୍କଟ ପାଇଁ ଏଭଳି କାଣ୍ଡ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button