ରାଜନୀତି
ଆସନ୍ତା ୯ ତାରିଖରେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ର ପରିବହନ ମନ୍ତ୍ରୀ ଓ ଆସାମର ମୁଖ୍ୟମନ୍ତ୍ରୀ – Kalinga News

[ad_1]
ଓଡ଼ିଶା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ବିଶିଷ୍ଟ ଅଭିନେତ୍ରୀ ତଥା ମଥୁରାର ସାଂସଦ ହେମାମାଳିନୀ
ଭୁବନେଶ୍ବର: ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଉଭୟେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି ଜଣାଯାଇଛି। ନିତିନ ଗଡ଼କରୀ ପୁରୀ ଜିଲ୍ଲାରେ ସାଧାରଣସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଣେ ହିମନ୍ତ ବିଶ୍ୱଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ସଭା କରିବେ ବୋଲି ଜଣାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ତେଣେ ଓଡ଼ିଶା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ବିଶିଷ୍ଟ ଅଭିନେତ୍ରୀ ତଥା ମଥୁରାର ସାଂସଦ ହେମାମାଳିନୀ ସାମିଲ ହୋଇଛନ୍ତି। ସେ ଦକ୍ଷିଣ ଓଡ଼ିଶାରେ ବିଜେପି ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ବୋଲି ସୂଚନା ରହିଛି। ତାଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ଓଡ଼ିଶା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ସାମିଲ କରାଯାଇଛି।
[ad_2]