ମନୋରଞ୍ଜନ

ମୁଁ ଭାବୁନାହିଁ ପୁଷ୍ପା ମୋ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି: ଫହାଦ ଫାସିଲ – Kalinga News

[ad_1]

ନୂଆଦିଲ୍ଲୀ: ଯେତେବେଳେ ପୁଷ୍ପା: ଦି ରାଇଜ୍ ୨୦୨୧ରେ ପ୍ରେକ୍ଷାଳୟକୁ ଆସିଥିଲା, ସେତେବେଳେ ଦର୍ଶକମାନେ ଏହାକୁ ବହୁତ ଭଲ ପାଇବା ଦେଇଥିଲେ। ଅଲୁ ଅର୍ଜୁନଙ୍କ ବ୍ୟତୀତ ଏହି ସିନେମାରେ ଏସପି ଭଂୱର ସିଂ ଶେଖାୱତ ଭୂମିକାରେ ଅଭିନୟ କରିଥିବା ଫହାଦ୍ ଫସିଲ ମଧ୍ୟ ତାଙ୍କ ଅଭିନୟ ପାଇଁ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ଏହି ଫିଲ୍ମ ପାଇଁ ଫହାଦଙ୍କୁ ଲୋକପ୍ରିୟତା ମିଳିଥିଲେ ବି ଅଭିନେତା ଖୁସି ନଥିବା ଜଣାଯାଇଛି। ଏକ ସାକ୍ଷାତକାରରେ ଫିଲ୍ମଟି ତାଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆଣିନଥିବା କହିଛନ୍ତି ଫହାଦ।

ତାଙ୍କ କହିବା ମୁତାବକ, “ମୁଁ ଭାବୁନାହିଁ ଫିଲ୍ମ ପୁଷ୍ପା ମୋ ପାଇଁ କିଛି କରିଛି। ମୁଁ ସୁକୁମାର ସାରଙ୍କୁ ବି ଏହା କହିଛି। ମୋତେ ଏହାକୁ ଲୁଚାଇବାର ଆବଶ୍ୟକତା ନାହିଁ। ମୁଁ ଏଠାରେ ମୋ କାମ କରୁଛି। କାହାକୁ ନେଇ ମୋର କୌଣସି ଅଭିଯୋଗ ନାହିଁ। ସୁକୁମାର ସାରଙ୍କ ପାଇଁ ମୁଁ ପୁଷ୍ପା କରିଥିଲି। ଏହି ଫିଲ୍ମ ମୋ ଜୀବନରେ ବଡ଼ ପରିବର୍ତ୍ତନ ଆଣିନାହିଁ। ମାଲାୟାଲମ୍ ସିନେମାରେ ମୋର ଅସ୍ତିତ୍ବ  ରହିଛି। ଏହି ଇଣ୍ଡଷ୍ଟ୍ରି ମୋତେ ପରିଚୟ ଦେଇଛି।”

ତେବେ ଗତ କିଛି ଦିନ ମଧ୍ୟରେ ପୁଷ୍ପା-୨ର ଟିଜର ଓ ଗୋଟାଏ ଗୀତ ରିଲିଜ୍ ହୋଇସାରିଛି, ଯାହାକୁ ଦର୍ଶକଙ୍କ ଭଲପାଇବା ମିଳିଛି। ଫିଲ୍ମର ଟିଜର ଦେଖିଲେ ଲାଗୁଛି ଏହା ପ୍ରଥମ ଭାଗର ରେକର୍ଡ ଭାଙ୍ଗିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button