ଖେଳ ଖବର

ଲକ୍ଷ୍ନୌ ଆଗରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କୋଲକାତା – Kalinga News

[ad_1]

ଲକ୍ଷ୍ନୌ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୫୪ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମରେ ରବିବାର କୋଲକାତା ପ୍ରଥମେ ବ୍ୟାଟିଂ କରିଥିଲା। ଅତିଥି ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୩୫ ରନ୍‌ କରିଛି। ଫଳରେ ଘରୋଇ ଦଳକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୩୬ ରନ୍‌ ଲକ୍ଷ୍ୟ ମିଳିଛି।

ଟସ୍‌ ଜିଣି ଲକ୍ଷ୍ନୌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କୋଲକାତା ବ୍ୟାଟିଂ କରିଥିଲା।  ସୁନୀଲ ନାରାୟଣ ସର୍ବାଧିକ ବ୍ୟକ୍ତିଗତ କରିଥିଲେ। ସେ ୩୯ଟି ବଲ୍‌ ଖେଳି ୬ଟି ଚୌକା ଓ ୭ଟି ଛକା ମାରିଥିଲେ। ପ୍ରଥମ ୱିକେଟ୍‌ ପାଇଁ ଫିଲିପ୍‌ ସଲ୍ଟଙ୍କ ସହିତ ୬୧ ରନ୍‌ ଭାଗିଦାରୀ କରିଥିଲେ। ଫିଲିପ୍‌ ବ୍ୟକ୍ତିଗତ ଭାବେ ୩୨ ରନ୍‌ରେ ଆଉଟ୍‌ ହେଲା ପରେ ଅଙ୍ଗକ୍ରିଶ ରଘୁବଂଶୀ(୩୨ ରନ୍‌)ଙ୍କ ସହିତ ସୁନୀଲ ଦ୍ବିତୀୟ ୱିକେଟ୍‌ ପାଇଁ ୭୯ ରନ୍‌ର ଭାଗିଦାରୀ କରି ଆଉଟ୍‌ ହୋଇଥିଲେ। ସୁନୀଲ ଆଉଟ୍‌ ହୋଇ ପାଭିଲିଅନ୍‌ ଫେରିଲା ପରେ ଦଳର ଷ୍ଟ୍ରାଇକ୍‌ ରେଟ୍‌ ହ୍ରାସ ପାଇଥିଲା।

ବିସ୍ଫୋରକ ବ୍ୟାଟର ଆନ୍ଦ୍ରେ ରସଲ ୧୨ ରନ୍‌, ଯୁବ ବ୍ୟାଟର ରିଙ୍କୁ ସିଂ ୧୬ ରନ୍‌, ଶ୍ରେୟସ ଆୟର ୨୩ ରନ୍‌ ସଂଗ୍ରହ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ନବୀନ-ଉଲ୍‌-ହକ୍‌ ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ। ୟାସ୍‌ ଠାକୁର, ରବି ବିଷ୍ଣୋୟୀ ଓ ୟୁଧବୀର ସିଂ ଚକ୍ରଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button