ରାହୁଲଙ୍କୁ ପୁଣିଥରେ ପ୍ରଶଂସା କଲେ ପୂର୍ବତନ ପାକିସ୍ତାନ ମନ୍ତ୍ରୀ – Kalinga News
[ad_1]
ନୂଆଦିଲ୍ଲୀ : ପୂର୍ବତନ ପାକିସ୍ତାନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ଶନିବାର ଦିନ ପୁଣିଥରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ସମ୍ପତ୍ତି ପୁନଃବଣ୍ଟନ ସର୍ଭେ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ପୂର୍ବତନ ମନ୍ତ୍ରୀ ଫୱାଦ ରାହୁଲଙ୍କୁ ପ୍ରଶଂସା କରିଛନ୍ତି। ସେ ରାହୁଲଙ୍କୁ ତାଙ୍କ ଜେଜେବାପା ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସହ ତୁଳନା କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଉକ୍ତ ପାକିସ୍ତାନ ମନ୍ତ୍ରୀ ନିକଟରେ ରାହୁଲ ଗାନ୍ଧି ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପ୍ରସଙ୍ଗରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା ଭିଡିଓ ସେୟାର କରି ତାଙ୍କୁ ପ୍ରଶଂସା କରିଥିଲେ। ତେବେ ହୁସେନ ଗାନ୍ଧିଙ୍କୁ ପ୍ରଶଂସା କରିବା ବିଷୟରେ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ପାକିସ୍ତାନରେ ଲଗାତାର ପ୍ରଶଂସା ପାଇଁ ରାହୁଲ ଗାନ୍ଧିଙ୍କୁ ଶୁଭେଚ୍ଛା। ପାକିସ୍ତାନରେ ରାହୁଲଙ୍କର ଏତେ ଫ୍ୟାନ୍ ଅଛନ୍ତି। ଏପରିକି ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ରାହୁଲଙ୍କର ଫ୍ୟାନ୍।
[ad_2]