ଦେଶ- ବିଦେଶ

ଅପହରଣ ମାମଲାରେ ହାଜତ ଗଲେ ଏଚଡି ରେବାନ୍ନା – Kalinga News

[ad_1]

ନୂଆଦିଲ୍ଲୀ : କର୍ଣ୍ଣାଟକ ଜନତା ଦଳ (ସେକୁଲାର) ବିଧାୟକ ଏଚଡି ରେବାନ୍ନାଙ୍କୁ ଆଜି କର୍ଣ୍ଣାଟକ ପୁଲିସର ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ହାଜତକୁ ନେଇଯାଇଛନ୍ତି। ଏଚଡି ରେବାନ୍ନାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଅପହରଣ ମାମଲାରେ ଆଜି ଏସଆଇଟି ରେବାନ୍ନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ବାସଭବନରୁ ହାଜତକୁ ନେଇଯାଇଛି। ଅପହରଣ ମାମଲାରେ ରେବାନ୍ନାଙ୍କୁ ଅଦାଲତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବାକୁ ମନା କରିବାପରେ ରେବାନ୍ନାଙ୍କୁ ହାଜତକୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ୩୩ ବର୍ଷୀୟ ପ୍ରଜ୍ବଳ ରେବାନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏଚଡି ରେବାନ୍ନାଙ୍କ ସହ ଜଡ଼ିତ ଅପହରଣ ମାମଲାରେ ଏସଆଇଟି ତଦନ୍ତ ଜୋରଦାର କରିଛି। ଜଣେ ୨୦ ବର୍ଷୀୟ ଯୁବକ ଜେଡିଏସ ବିଧାୟକଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଯୁବକଙ୍କ ଅଭିଯୋଗ ଅନୁଯାୟୀ ବିଧାୟକଙ୍କ ସହଯୋଗୀ ତାଙ୍କ ମା’ଙ୍କୁ ଅପହରଣ କରିନେଇଥିଲେ। ଅଭିଯୋଗକାରୀ ଯୁବକଙ୍କ ନାଁ ରାଜୁ ଏଚଡି। ରାଜୁ ଏବଂ ତାଙ୍କ ମା’ ରେବାନ୍ନାଙ୍କ ଫାର୍ମହାଉସରେ କାମ କରୁଥିଲେ। ଉକ୍ତ ମାମଲାରେ ତଦନ୍ତକାରୀ ଦଳ ୫୦ରୁ ଅଧିକ ସ୍ଥାନରେ ଖୋଜାଖୋଜି କଲେଣି। କିନ୍ତୁ କେଉଁଠି ବି ତାଙ୍କ ପତ୍ତା ମିଳୁନି। ପୁଲିସ ଉକ୍ତ ଘଟଣାରେ ରେବାନ୍ନାଙ୍କ ଘନିଷ୍ଠ ସହଯୋଗୀ ସତିଶଙ୍କ ମୋବାଇଲ ଫୋନ ସିଜ୍ କରିଛି। ଉକ୍ତ ମୋବାଇଲ ଫୋନକୁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି। ସତିଶର ମୋବାଇଲ ଫୋନ ଦ୍ବାରା ପୁଲିସ ଅପହୃତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ଚେଷ୍ଟା କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button