ଦେଶ- ବିଦେଶ

ଯୁବତୀମାନଙ୍କୁ ହାଇକୋର୍ଟର କଡ଼ା ନିର୍ଦ୍ଦେଶ, ନିଜ ଯୌନ ଇଚ୍ଛାକୁ କଣ୍ଟ୍ରୋଲରେ ରଖ ନହେଲେ ହେବ ଏମିତି, ଜାଣନ୍ତୁ ପୁରା ଖବର

କିଛି ସମୟର ଶାରିରୀକ ସୁଖ ପାଇଁ ହରାନ୍ତୁ ନାହିଁ ନିଜର ମାନ ଏବଂ ସମ୍ମାନ । ନିଜର ଯୌନ ଇଚ୍ଛାକୁ କାବୁରେ ରଖନ୍ତୁ । ନହେଲେ ଏହା ଆପଣଙ୍କର ବର୍ତ୍ତମାନ ସହିତ ଭବିଷ୍ୟତକୁ ବି ନଷ୍ଟ କରି ଦେଇ ପାରେ । ଯୁବା ଅବସ୍ଥାରେ ସାଧାରଣତଃ ଅନେକ ପ୍ରକାରର ପ୍ରତିବନ୍ଧକ ଦେଖା ଦେଇଥାଏ । ହେଲେ ଯୁବକ ଯୁବତୀ ମାନଙ୍କର ପରମ କର୍ତ୍ତବ୍ୟ ହେଉଛି ଏହି ସବୁ ପ୍ରତିବନ୍ଧକରେ ବାନ୍ଧି ନ ହୋଇ ଆଗକୁ ଯାଇ ନିଜ ଭବିଷ୍ୟତ ଗଢ଼ିବ

କଲିକତା ହାଇକୋର୍ଟ ଏକ କେଶ୍ ର ଶୁଣାଣି ବେଳେ ଏପରି ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି ଯୁବକ ଓ ଯୁବତୀ ମାନେ ନିଜର କ୍ଷଣିକ ଶାରିରୀକ ସୁଖ ପାଇଁ ନିଜ ଜୀବନକୁ ଅନ୍ଧକାରକୁ ପେଲିଦେବା ମୂର୍ଖାମିର ବିଷୟ ।

ଯୁବତୀ ମାନେ ନିଜର ଯୌନ ଇଛା ଉପରେ କାବୁ ରଖିବା ଉଚିତ୍ । ଠିକ୍ ସେହିପରି ଯୁବକ ମାନେ ମଧ୍ୟ ସେ ମହିଳା ହୁଅନ୍ତୁ ବା ଯୁବତୀ ସମସ୍ତଙ୍କୁ ସମ୍ମାନ ଦେବା ଉଚିତ୍ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି ।

କଲିକତା ହାଇକୋର୍ଟର ଜଷ୍ଟିସ ଚିତ୍ତରଞ୍ଜନ ଦାସ ଓ ଜଷ୍ଟିସ ପାର୍ଥ ସାରଥୀ ସେନ୍ ଙ୍କ ଦ୍ଵାରା ଗଠିତ ଏକ ବେଞ୍ଚ ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଅପରାଧୀକୁ ଖଲାସ କରିବା ସମୟରେ ଏପରି ମନ୍ତବ୍ୟ ଦେଇଛନ୍ତି । ଗତ ବର୍ଷ ପୋକ୍ସୋ ଆକ୍ଟ ଅନୁସାରେ ଏହି ଅଭିଯୁକ୍ତକାରିକୁ କୋଡ଼ିଏ ବର୍ଷ ଦଣ୍ଡାଦେଶ ହୋଇଥିଲା ।

ହେଲେ ଅଭିଯୁକ୍ତ ଜଣକ ହାଇକୋର୍ଟ ର ଏହି ଶୁଣାଣି ବିରୋଧରେ ଯାଇ ସୁପ୍ରିମ କୋର୍ଟରେ ଆଉ ଏକ ଅଭିଯୋଗ ଦାଖଲ କରିଥିଲେ । ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ନାବାଳକ ଅଟନ୍ତି ଏବଂ ଯେଉଁ ଯୁବତୀଙ୍କୁ ନେଇ ତାଙ୍କୁ ଅପରାଧୀ ସାବ୍ୟସ୍ତ କରା ଯାଇଥିଲା ସେହି ଯୁବତୀଙ୍କର ତାଙ୍କ ସହିତ ଅନେକ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା । ନାବାଳକ ଜଣକ କୋର୍ଟ ସାମ୍ନାରେ ଏହା ମଧ୍ୟ କହିଛନ୍ତି ଯେ ସେ ଯୁବତୀଙ୍କ ଇଛା ଅନୁସାରେ ହିଁ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button