‘ସମ୍ବଲପୁର ଏକନମ୍ବର ସଂସଦୀୟ କ୍ଷେତ୍ର ପାଲଟିବ’: ରେଙ୍ଗାଲିରେ ବିଜେଡିର ମିଶ୍ରଣ ପର୍ବ – Kalinga News

[ad_1]
ମୁଖ୍ୟମନ୍ତ୍ରୀଙ୍କ କାମ କରିବାର ପ୍ରତିବଦ୍ଧତା ଜନତାଙ୍କୁ ଟାଣି ଆଣୁଛି
ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ରେଙ୍ଗାଲି ବିଜେଡି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ରେଙ୍ଗାଲି, ମାନେଶ୍ୱର ଓ ଧନକଉଡ଼ା ବ୍ଲକର ଅନେକ ଜନପ୍ରତିନିଧି ତଥା ବିଜେପି ଓ କଂଗ୍ରେସର ନେତାମାନେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଥିଲେ । ଦଳର ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମିଶ୍ରଣ ପର୍ବରେ ଉପସ୍ଥିତ ରହି କର୍ମକର୍ତ୍ତାଙ୍କୁ ଫୁଳମାଳ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଆପଣମାନେ ବିଜେଡିକୁ ବାଛି ଉଚିତ ପଦକ୍ଷେପ ନେଇଛନ୍ତି। କାରଣ, ବିଗତ ୫ ବର୍ଷରେ ଆପଣମାନେ ନିର୍ବାଚିତ କରିଥିବା ସାଂସଦ ଆପଣଙ୍କ ପାଇଁ ଦିଲ୍ଲୀ ଦରବାରରେ ପଦେ କହିନାହାନ୍ତି । କର୍ମୀମାନେ ହେଉଛନ୍ତି ଦଳର ମେରୁଦଣ୍ଡ ।

Sambad is now on WhatsApp
Join and get latest news updates delivered to you via WhatsApp
ଆପଣମାନଙ୍କ ପରିଶ୍ରମ ଦଳକୁ ସଫଳତା ଦେବ ବୋଲି କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ପ୍ରଣବ ପ୍ରକାଶ ଦାସ ଆହୁରି କହିଥିଲେ ଯେ ବିରୋଧୀଙ୍କ କଥା ବଡ଼ କାମ୍ ଶୂନ । ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଏମ୍ଏସ୍ପି ବୃଦ୍ଧି, କୃଷିବୀମା, ଖାଦ୍ୟ ସୁରକ୍ଷା, ପାନୀୟ ଜଳ, ଆବାସ ଏଭଳି ଗୁରୁତ୍ୱପର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଏଠାରୁ ନିର୍ବାଚିତ ହୋଇଥିବା ସାଂସଦ ତାଙ୍କ ମୁହଁରୁ ପଦୁଟିଏ କଥା କହିନାହାନ୍ତି। ସମ୍ବଲପୁରର ଜନତାଙ୍କୁ ହତାଦର କରିଛନ୍ତି ବିଜେପି ନେତା । ଅପରପକ୍ଷେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ପାଇଁ ଜନତା ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାମ କରାଯାଇଛି। ମନ୍ଦିର, ମସଜିଦ, ଚର୍ଚ୍ଚ, ରାସ୍ତାଘାଟ ଲୋକେ ଯାହା କାମ ଦାବି କରିଥିଲେ ତାହା ପୂରଣ କରାଯାଇଛି । ତେଣୁ, ଆପଣମାନେ ଅସଲ କଥାକୁ ବୁଝି ବିଜେଡିରେ ସାମିଲ ହେବାର ନିଷ୍ପତ୍ତି ନେଇଥିବାରୁ ସ୍ୱାଗତ କରୁଛି ବୋଲି ପ୍ରଣବ ପ୍ରକାଶ କହିଥିଲେ। ମିଶ୍ରଣ ପର୍ବରେ ଶତାଧିକ କର୍ମୀ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଦଳୀୟ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ବରିଷ୍ଠ ନେତା ଦେବେନ୍ ପତି, ହେମନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
[ad_2]