ଦେଶ- ବିଦେଶ

ଆମେଥିରେ ଏକ ଯୁଗର ଅବସାଶନ , ଗାନ୍ଧି ପରିବାରରୁ କେହି ନିର୍ବାଚନ ଲଢ଼ୁ ନାହାନ୍ତି – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସ ଦୀର୍ଘଦିନ ଧରି ସସ୍ପେନ୍ସ ଜାରି ରଖିବା ପରେ ଶେଷରେ ଉତ୍ତରପ୍ରଦେଶର ରାଏବରେଲି ଓ ଆମେଥି ପାଇଁ ପ୍ରାର୍ଥି ଘୋଷଣା କରିଛି। ଗୋଟିଏ ଆସନରୁ ରାହୁଲ ଗାନ୍ଧୀ ଓ ଅନ୍ୟଟିରୁ ପ୍ରିୟଙ୍କା ଗାନ୍ଧୀ ଠିଆ ହେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଶୁକ୍ରବାର ପ୍ରକାଶିତ ପ୍ରାର୍ଥୀ ତାଲିକା ଅନୁଯାୟୀ କଂଗ୍ରେସ ରାଏବରେଲିରୁ ରାହୁଲ ଗାନ୍ଧୀ ଏବଂ ଆମେଥିରୁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଥିବା ଜଣାପଡ଼ିଛି। ଗତ ୨୦୧୯ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ଆମେଥି ଆସନରୁ ହାରିଯିବା ପରେ ଏହି ଆସନରୁ ଠିଆ ହେବାକୁ ଏଥର ଗାନ୍ଧୀ ପରିବାରର କୌଣସି ସଦସ୍ୟ ସାହସ କରି ନାହାନ୍ତି। ଦୀର୍ଘ ଦିନ ଧରି ଗାନ୍ଧି ପରିବାର ସହ ଜଡ଼ିତ ଥିବା ଉତ୍ତରପ୍ରଦେଶର ଲୋକସଭା ନିର୍ବାଚନ ମଣ୍ଡଳୀ ଆମେଥିରେ ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର କୌଣସି ସଦସ୍ୟ ନିର୍ବାଚନ ଲଢ଼ୁନଥିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଆଜି ଆମେଥି ଆସନରୁ କେଏଲ୍ ଶର୍ମା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୟୁପି ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ମିଶ୍ର ଏବଂ ଆମେଥି ଜିଲ୍ଲା ସଭାପତି ପ୍ରଦୀପ ସିଂଘଲଙ୍କ ଭଳି ଅନେକ କଂଗ୍ରେସ ନେତା ପ୍ରାର୍ଥୀଙ୍କ ସହ ଉପସ୍ଥିତ ଥିଲେ। ଆଜି ଥିଲା ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। କଂଗ୍ରେସ କହିଛି ଯେ ରାଏବରେଲିରୁ ରାହୁଲ ଗାନ୍ଧୀ ଏବଂ ଆମେଥିରୁ କେଏଲ ଶର୍ମାଙ୍କୁ ପ୍ରାର୍ଥୀ କରିବାକୁ ‘କେନ୍ଦ୍ରୀୟ ନିର୍ବାଚନ କମିଟି’ର ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button