ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ଜୀବନ ହାରିବାକୁ ଚେଷ୍ଟା କରିଥିବା ଅଭିଯୁକ୍ତର ହେଲା ମୃତ୍ୟୁ – Kalinga News

[ad_1]
ମୁମ୍ବାଇ: ଜୀବନ ହାରିବାକୁ ଚେଷ୍ଟା କରିଥିବା ଅଭିଯୁକ୍ତର ହେଲା ମୃତ୍ୟୁ। ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିକାଣ୍ଡ ଘଟିଥିଲା। ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ବିକି ଗୁପ୍ତା (୨୪), ସାଗର ପାଲ (୨୧) ଏବଂ ଅନୁଜ ଥାପନ (୩୨)କୁ ପୁଲିସ ହେପାଜତକୁ ନେଇଥିଲା। ଆଜି ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତ ଅନୁଜ ଥାପନ୍ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ତା’ର ଅବସ୍ଥା ଗୁରୁତର ଥିବା ବେଳେ ଏବେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ମୃତକ ଜେଲର ଶୌଚାଳୟରେ ଜୀବନ ହାରିଥିଲେ । ବେଡସିଟ ସାହାଯ୍ୟରେ ସେ ଜୀବନ ହାରିବାକୁ ଚେଷ୍ଟା କରିଥିବା ବେଳେ ତାକୁ ରାଜ୍ୟସ୍ତରୀୟ ଜିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନୁଜର ମୃତ୍ୟୁ ପରେ ସେ ଏଭଳି ପଦକ୍ଷେପ କାହିଁକି ନେଲା, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଦୁଇଜଣ ଅଜ୍ଞାତ ଯୁବକ ଏପ୍ରିଲ ୧୪ରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତୁରନ୍ତ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମବ୍ରାଞ୍ଚ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସାଗର ପାଲ ବୋଲି ଜଣାପଡ଼ିଥିଲା। ଏଦୁହିଁଙ୍କ ପରେ ଘଟଣାରେ ସାମିଲ ଥିବା ଅନୁଜକୁ ମଧ୍ୟ ପୁଲିସ ଗିରଫ କରିଥିବା ସାମ୍ନାକୁ ଆସିଥିଲା। ଅନୁଜ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ସାହାଯ୍ୟ କରିଥିଲେ ବୋଲି ପୁଲିସ କହିଥିଲା।
[ad_2]