ଖେଳ ଖବର

ସିଲି ପଏଣ୍ଟ୍‌: କେକେଆର୍‌ ପାଇଁ ଯୁଗଳ ଉତ୍ସବ – Kalinga News

[ad_1]

ସୋମବାର ଇଡେନ୍‌ ଗାର୍ଡେନ୍ସରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦୁଇଟି ଖୁସି ପାଳନ କରିଛି। ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସକୁ କେକେଆର୍‌ ହରାଇଥିଲା ଏବଂ ଖେଳ ଶେଷ ହେବା ପରେ ଡ୍ରେସିଂ ରୁମ୍‌ରେ ଆନ୍ଦ୍ରେ ରସେଲ୍‌ଙ୍କ ୩୬ତମ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଜନ୍ମଦିନ ପାଳନ ବେଳେ ଦଳର ମାଲିକ ତଥା ବଲିଉଡ୍‌ ବାଦଶାହ ଶାହରୁଖ ଖାନ୍‌ ଓ ତାଙ୍କ ପୁଅ ଅବରାମ୍‌ ଡ୍ରେସିଂ ରୁମ୍‌ରେ ପହଞ୍ଚି ଏଥିରେ ସାମିଲ ହୋଇଥିଲେ। କେକେଆର୍‌ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସମସ୍ତଙ୍କ ଧ୍ୟାନ ଆବରାମଙ୍କ ଉପରେ ଥିବା ଦେଖାଯାଉଥିଲା। କେକ୍‌ କାଟିବା ପୂର୍ବରୁ ଚୁଟିରେ ‌କିଛି ନବୋଳିବାକୁ ରସେଲ୍‌ ସମସ୍ତଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ରସେଲ୍‌ କେକ୍‌ କାଟିବା ପରେ ସୁନୀଲ ନାରାୟଣ ଓ ଅନ୍ୟ ସାଥୀ ଖେଳାଳି ତାଙ୍କ ମୁହଁରେ କେକ୍‌ ବୋଳି‌ ଦେଇଥିଲେ। ଅବରାମ ମଧ୍ୟ କେକ୍‌କୁ ର‌ସେଲ୍‌ଙ୍କ ମୁହଁରେ ବୋଳୁଥିବା ଦେଖାଯାଇଥିଲା।

ପରେ ରସେଲ ଓ ଶାହରୁଖ ଏକାଠି ଫଟୋ ଉଠାଇଥିଲେ। ଆଉ ଏକ ମ୍ୟାଚ୍‌ ପରବର୍ତୀ ଘଟଣା ମଧ୍ୟ ସୋମବାର ରାତିରେ ଚର୍ଚ୍ଚାରେ ରହିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦେଶକ ସୌରଭ ଗାଙ୍ଗୁଲିଙ୍କୁ ଶାହାରୁଖ ଖାନ୍‌ ଆଲିଙ୍ଗନ କରିବା ଦୃଶ୍ୟ ଭାଇରାଲ୍ ହୋଇଯାଇଛି। ପୂର୍ବରୁ ଗାଙ୍ଗୁଲି କେକେଆର୍‌ ପାଇଁ ଖେଳୁଥିବାବେଳେ ଶାହାରୁଖଙ୍କ ପରାମର୍ଶକ୍ରମେ ତାଙ୍କୁ ଦଳରୁ ବିଦା କରାଯାଇଥିବା ବିଶ୍ବାସ କରାଯାଉଥିଲା। କିନ୍ତୁ ଅତୀତକୁ ଭୁଲି ଉଭୟ ଆଗକୁ ବଢ଼ିଯାଇଥିବା ସେମାନଙ୍କ ଆଲିଙ୍ଗନ ଓ ଲମ୍ବା ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button