ଦେଶ- ବିଦେଶ

ସେକ୍ସ ସ୍କାଣ୍ଡାଲ ବିବାଦରେ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ବର୍ଷିଲେ ଶାହ , କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ ହୋଇନି – Kalinga News

[ad_1]

ନୂଆଦିଲ୍ଲୀ : ଜେଡିଏସ୍ ସାଂସଦ ଏବଂ ଏନଡିଏର ହାସନ ଲୋକସଭା ପ୍ରାର୍ଥୀ ପ୍ରଜ୍ବଳ ରେବାନ୍ନାଙ୍କ ସହ ସମ୍ପୃକ୍ତି ଥିବା ସେକ୍ସ ସ୍କାଣ୍ଡାଲ ବିବାଦରେ କର୍ଣ୍ଣାଟକ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କର୍ଣ୍ଣାଟକ ସରକାରଙ୍କ ଉପରେ ବର୍ଷିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ ହେଉଥିବାରୁ ଶାହ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଶ୍ନ କରିଛନ୍ତି। ଆସାମରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଅମିତ ଶାହ କହିଛନ୍ତି, ଏହା କଂଗ୍ରେସ କ୍ଷମତାରେ ଥିବା ଏକ ରାଜ୍ୟର ଆଇନ ଶୃଙ୍ଖଳା ମାମଲା। କଂଗ୍ରେସ ସରକାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏତେ ବିଳମ୍ବ କାହିଁକି କରୁଛି। ତେବେ ବିଜେପି ଦେଶର ‘ମାତୃ ଶକ୍ତି’ ସହ ରହିଛି। ଶାହ କହିଛନ୍ତି, ମୁଁ କଂଗ୍ରେସ ସରକାଗରକୁ ଏହା ପଚାରିବାକୁ ଚାହୁଛି ଯେ ସେମାନେ କାହିଁକି ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ପ୍ରିୟଙ୍କା ଗାନ୍ଧି ତାଙ୍କ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରଶ୍ନ କରିବା ଉଚିତ ବୋଲି ସେ କହିଛନ୍ତି। ଶାହ କହିଛନ୍ତି, ଏହା ଏକ ରାଜ୍ୟର ଆଇନ ଶୃଙ୍ଖଳା ବିଷୟ ହୋଇଥିବାରୁ ଆମେ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁନି। ରାଜ୍ୟ ସରକାର ଉକ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button