ବିଜେପି ସମ୍ବିଧାନ ନଷ୍ଟ କରିଦେବାପାଇଁ ଏବଂ ସଂରକ୍ଷଣକୁ ଉଚ୍ଛେଦ କରିବାପାଇଁ ଚାହୁଛି : ଲାଲୁ – Kalinga News

[ad_1]
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଆଜି ବିଜେପି ଉପରେ ତୀବ୍ର ଆକ୍ରମଣ କରିଛନ୍ତି ଏବଂ ଶାସକ ଦଳ ବାବାସାହେବ ଆମ୍ବେଦକରଙ୍କ ଦ୍ବାରା ତିଆରି ହୋଇଥିବା ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଛନ୍ତି । ସାରନରେ ଆଜି ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ଲାଲୁ କହିଛନ୍ତି , ଆମେ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ଏଭଳି ଭାବେ ଭାରତରେ ଡୁବି ଯିବାକୁ ଦେବୁନି। ବିଜେପି ପଛୁଆ ବର୍ଗର ସଂରକ୍ଷଣକୁ ଉଚ୍ଛେଦ କରିବାପାଇଁ ଚାହୁଛି ଏବଂ ଆମେ ଏହା କରିବାକୁ ଦେବୁନି ବୋଲି ଆରଜେଡି ମୁଖ୍ୟ ଲାଲୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଜି ଦିନରେ ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବିହାରର ସାରନ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରୋହିଣୀ ଆଚାର୍ଯ୍ୟଙ୍କ ସହ ଆଜି ତାଙ୍କ ମା’ ରାବିଡ଼ି ଦେବୀ ଏବଂ ତାଙ୍କ ୨ ଭାଇ ତେଜସ୍ବୀ ଯାଦବ ଓ ତେଜପ୍ରତାପ ଉପସ୍ଥିତ ଥିଲେ। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ରଖିଛନ୍ତି ଯେ ତାଙ୍କ ଭଉଣୀଙ୍କୁ ନିର୍ବାଚନମଣ୍ଡଳୀର ଭୋଟରମାନେ ସମର୍ଥନ କରିବେ। ସାରନ ସହ ବିହାରର ସମସ୍ତ ୪୦ ଲୋକସଭା ଆସନରେ ମହାମେଣ୍ଟ ଜିତିବାକୁ ଯାଉଛି। ତେଜସ୍ବୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ବିଜେପି ନେତାମାନେ ରାଜ୍ୟର ସମସ୍ତ ଆସନରେ ହାରିବାକୁ ଯାଉଛନ୍ତି। ତେଜସ୍ବୀ କହିଛନ୍ତି, ମୁଁ ବାରମ୍ବାର ଏହା କହୁଛି ଯେ ବିହାରରେ ଲୋକସଭା ନିର୍ବାଚନ ଫଳ ଚମକଦାର ହେବ। ଏହା ସମ୍ପୂର୍ଣ୍ଣ ଭାବେ ମହାମେଣ୍ଟ ସମର୍ଥନରେ ଯିବ ବୋଲି ସେ କହିଛନ୍ତି।
[ad_2]