ବର୍ଷବର୍ଷ ଧରି ମିଳୁନି ମୌଳିକ ସୁବିଧା: ଭୋଟବର୍ଜନ କରିବେ ୨୫୦୦ ମତଦାତା – Kalinga News

[ad_1]
ରାଉରକେଲା: ବର୍ଷବର୍ଷ ଧରି ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ ସହର ଉପାନ୍ତବାସୀ ଜିଲ୍ଲା ପ୍ରଶାସନକୁ ଆଜି ଚରମବାଣୀ ଶୁଣାଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଲୋକସଭା ଓ ବିଧାନସଭାରେ ଭୋର୍ଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଆଜି ବରଟୋଲି ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ଲୋକ ଏକାଠି ହୋଇ ଏକ ସଭାର ଆୟୋଜନ କରିଥିଲେ। ବରଟୋଲି ବିକାଶ ସମିତି ପକ୍ଷରୁ ଆୟୋଜିତ ସଭାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ। ଜିଲ୍ଲାପ୍ରଶାସନର ଭୂମିକାକୁ ନେଇ ଖୁବ୍ ବର୍ଷିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ସେମାନେ କହିଥିଲେ, ଜାମସେରା ପଞ୍ଚାୟତ ଅଧୀନସ୍ଥ ବରଟୋଲି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୫୦୦ରୁ ଅଧିକ ମତଦାତା ବସବାସ କରୁଛନ୍ତି। ବର୍ଷ ବର୍ଷ ଧରି ରାସ୍ତା ଦୟନୀୟ ଅବସ୍ଥାରେ ରହିଛି। ମାତ୍ର ୧୦ ମିଟର ଦୂର ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଞ୍ଚଳର ବିକାଶ ହେଉଛି। ବରଟୋଲି ଓ ଏହାର ଆଖପାଖକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ବାରମ୍ବାର ଲିଖିତି ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ନିର୍ବାଚନ ପୂର୍ବରୁ ଜିଲ୍ଳା ପ୍ରଶାସନ ଲିଖିତ ପ୍ରତିଶ୍ରୁତି ନ ଦେଲେ ସ୍ଥାନୀୟ ଲୋକ ବାଧ୍ୟ ହୋଇ ଭୋଟବର୍ଜନ କରିବେ। ବୈଠକରେ ବରଟୋଲି ବିକାଶ ସମିତିର ସଭାପତି ବିଜୟ କୁମାର ଦାଶ, ଉପସଭାପତି ସୁରେନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ପ୍ରଭାତ କୁମାର ଜେନାଙ୍କ ସମେତ ପ୍ରଶାନ୍ତ କୁମାର ବେହେରା, ମନୋରଞ୍ଜନ ନାୟକ, ତ୍ରିଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
[ad_2]