କେଜ୍ରିୱାଲଙ୍କ ଗିରଫ ବିରୋଧରେ ପୂର୍ବ ଦିଲ୍ଲୀରେ ଆପ ଦଳର ବିକ୍ଷୋଭ ପ୍ରଦର୍ଶନ – Kalinga News

[ad_1]
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଆମ୍ ଆଦମୀ ପାର୍ଟିର କର୍ମିମାନେ ଆଜି ଦିଲ୍ଲୀର ଲକ୍ଷ୍ମୀନଗରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଆଜି ପୁର୍ବ ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ ରୋଡସୋ କରିବା ପୂର୍ବରୁ ଆପ୍ କର୍ମୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବ ଦିଲ୍ଲୀର ଏକ ଫୁଟ ଓଭର ବ୍ରିଜ୍ ନିକଟରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆପ୍ ଦଳର ‘ଜେଲ୍ କା ଜୱାବ ସେ’ ପ୍ରଚାରର ଏକ ଅଂଶ ଭାବେ ଆପ୍ କର୍ମୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆପ୍ ଦଳର ପୂର୍ବ ଦିଲ୍ଲୀ ଲୋକସଭା ପ୍ରାର୍ଥୀ କୁଲଦୀପ କୁମାର କହିଛନ୍ତି, ବିଜେପିର ଏକଛତ୍ରବାଦ ବିରୋଧରେ ଦିଲ୍ଲୀର ଲୋକମାନେ ଉଚିତ ଜବାବ ଦେବାପାଇଁ ପ୍ରସ୍ତୁତ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ପ୍ରଚାର ଦାୟିତ୍ବରେ ଅଛନ୍ତି।
[ad_2]




