ମନୋରଞ୍ଜନ

କେବିସିର ପ୍ରତିଟି ଅଧ୍ୟାୟ ପାଇଁ ଏତେ କୋଟି ନେଉଛନ୍ତି ବିଗ୍ ବି – Kalinga News

[ad_1]

ମୁମ୍ବାଇ: ଭାରତୀୟ ସିନେମାର କିଂବଦନ୍ତି ପୁରୁଷ ଅମିତାଭ ବଚ୍ଚନ ତାଙ୍କ ଅଭିନୟ ପାଇଁ ଯେତିକି ପ୍ରସିଦ୍ଧ, ବର୍ତ୍ତମାନର ଯୁବଦର୍ଶକଙ୍କ ଭିତରେ ମଧ୍ୟ ସେତିକି ଲୋକପ୍ରିୟ। ସୋନିଟିଭିରେ ପ୍ରସାରିତ ରିୟଲିଟି ସୋ’ କୌନ୍ ବନେଗା କରୋଡ଼ପତି ( କେବିସି)ର ହଟସିଟ୍‌ରେ ବସି ପୂରା ସୋ’ର ସଂଚାଳନ କରିବା ଅମିତାଭଙ୍କୁ ଘରେ ଘରେ ପରିଚିତ କରାଯାଇଛି। ବର୍ତ୍ତମାନ୍ ଏହି ସୋ’ର ୧୬ତମ ସିଜନ୍‌ ଆରମ୍ଭ ହେବାକୁ ଯାଉଛି। ବଚ୍ଚନ୍‌ଙ୍କୁ ଜଣେ ଟିଭି ଆଙ୍କର ଭାବେ ଲୋକପ୍ରିୟତା ଓ  ପେସାଦାର ସଫଳତା ଦେଇଥିବା କେବିସିର ପ୍ରତି ଅଧ୍ୟାୟ ପାଇଁ ସେ କେତେ କୋଟି ପାରିଶ୍ରମିକ ନିଅନ୍ତି ଆପଣ ଜାଣନ୍ତି କି?

ଯେତେବେଳେ ୨୦୦୦ ମସିହାରେରେ ଏହି ସୋ’ ଆରମ୍ଭ ହୋଇଥିଲା ସେତେବେଳେ ପ୍ରତି ଅଧ୍ୟାୟ ପାଇଁ ୨୫ଲକ୍ଷ ନେଉଥିଲେ ବିଗ୍ ବି। ସିଜିନ୍ ଆଗକୁ ବଢ଼ିବା ସହ ବିଗ୍ ବି ନିଜର ପାରିଶ୍ରମିକ ବଢ଼ାଇଥିଲେ। ଯେତେବେଳେ ପ୍ରଥମ ସିଜନ୍ ହିଟ୍ ହେଲା, ଅମିତାଭ ବଚ୍ଚନ ତାଙ୍କ ପାରିଶ୍ରମିକକୁ ୧କୋଟି ଟଙ୍କାକୁ ବୃଦ୍ଧି କରିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଷଷ୍ଠ-ସପ୍ତମ ସିଜନରେ ୧.୫କୋଟିରୁ ୨କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ। ଅଷ୍ଟମ ସିଜନରେ ତାଙ୍କର ପାରିଶ୍ରମିକ ୨କୋଟି ଟଙ୍କା ଥିଲା। ଏହି ସୋ’ର ଅଷ୍ଟମ ସିଜନରେ ରାନୀ ମୁଖାର୍ଜୀ, ପରିଣୀତି ଚୋପ୍ରା, ପ୍ରିୟଙ୍କା ଚୋପ୍ରା, ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନେ ନଜର ଆସିଥିଲେ।

ଏହା ପରେ ଲୋକପ୍ରିୟତା ବଢ଼ୁଥିବା ଦେଖି ସୋ’ର ୯ମ ସିଜନରେ ଅମିତାଭ ବଚ୍ଚନ ୨.୬ କୋଟି ପାରିଶ୍ରମିକ ନେବା ଆରମ୍ଭ କଲେ।  ସେହିଭଳି ସିଜିନ-୧୦ରେ ଅମିତାଭ ବଚ୍ଚନ ପ୍ରତି ଅଧ୍ୟାୟ ପାଇଁ ୩କୋଟି ଟଙ୍କା ନେଉଥିବା ବେଳେ ସିଜିନ-୧୫ରେ ଏହା ୪କୋଟିରେ ପହଞ୍ଚିଥିଲା। ଏବେ ସିଜିନ୍-୧୬ରେ ତାଙ୍କ ପାରିଶ୍ରମିକ ୫-୬କୋଟି ଟଙ୍କା ହେବ ବୋଲି ଚର୍ଚ୍ଚା ହେଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button