ଜ୍ୟୋତିଷ

ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ ! ବିଲେଇ ରାସ୍ତା କାଟିବା ପଛରେ ପ୍ରକୃତ ଉଦ୍ଧେଶ୍ୟ କ’ଣ ରହିଥାଏ ?

ବନ୍ଧୁଗଣ ବିଲେଇ ରାସ୍ତା କାଟିବାକୁ ସାଧାରଣତଃ ଅଶୁଭ ବୋଲି ମାନାଯାଇଥାଏ । ତେବେ ବିଲେଇ ରାସ୍ତା କାଟିବା ଦ୍ଵାରା ଅଶୁଭ କଣ ପାଇଁ ମାନାଯାଇଥାଏ ଚାଲନ୍ତୁ ଜାଣିବା । ତେବେ ବିଲେଇ ରାସ୍ତା କଣ ପାଇଁ କଟିଥାଏ ? ପ୍ରକୃତରେ କଣ ଏହା ଅଶୁଭ । ତେବେ ବିଲେଇ ରାସ୍ତା କାଟିବା ସେତେବେଳେ ଯାଇ ଅଶୁଭ ବୋଲି ମାନାଯାଇଥାଏ । ଯେତେବେଳେ ବିଲେଇ ବାମ ରାସ୍ତା କାଟି ଡାହାଣକୁ ଆସିଥାଏ । ନଚେତ ଅନ୍ୟ ସ୍ଥିତିରେ ବିଲେଇ ରାସ୍ତା କାଟିବାକୁ ଅଶୁଭ ମାନା ଯାଇନଥାଏ ।

କୁକୁର ପରି ବିଲେଇ ମାନଙ୍କର ମଧ୍ୟ 5 ଟି ଇନ୍ଦ୍ରିୟ ବହୁତ ବିକଶିତ ଅଟେ । ତେଣୁ ବିଲେଇ ମାନେ ମଧ୍ୟ ଭବିଷ୍ୟତରେ ହେବାକୁ ଥିବା ଘଟଣାକୁ ବହୁତ ଭଲ ଭାବେ ଜାଣିନେଇଥାନ୍ତି । ସେଥିପାଇଁ ସେ ଆପଣଙ୍କୁ ରୋକୋବାକୁ ଚେଷ୍ଟା କରିଥାଏ । ତେବେ ଯେତେବେଳେ ବିଲେଇ ରାସ୍ତା କାଟୁଥାଏ । ତେବେ ସେତେବେଳେ କିଛି ନା କିଛି ଦୁର୍ଘଟଣା ନିଶ୍ଚିତ ଭାବେ ଘଟିଥାଏ ।

2- ତନ୍ତ୍ର ବିଜ୍ଞାନରେ ବିଲେଇକୁ ମହତ୍ଵପୂର୍ଣ୍ଣ ଜୀବ ବୋଲି ମାନାଯାଇଥାଏ । ବିଲେଇ ଯଦି ଘରେ ଆସି ରହିବାକୁ ଲାଗିଥାଏ । ତେବେ ଅଘଟଣ ଘଟିପାରେ । 3- ବିଲେଇ ମାନେ ଯଦି ପରସ୍ପର ମଧ୍ୟରେ ଲଢେଇ କରୁଥାନ୍ତି । ତେବେ ଧନହାନୀ କିମ୍ବା କାହାର ମୃତ୍ୟୁ ଖବର ଶୁଣିବାର ସଂକେତ ଦେଇଥାଏ ।

4- ଲୋକମାନ୍ୟତା ଅନୁସାରେ ଦୀପାବଳୀ ରାତିରେ ଘରକୁ ବିଲେଇ ଆସିବା ଶୁଭ ମାନାଯାଇଥାଏ । ଏଥିଦ୍ବାରା ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଏଥିପାଇଁ ଘରକୁ ବର୍ଷ ସାରା ଧନର ଆଗମନ ହୋଇଥାଏ । 5- ବିଲେଇ ଯଦି ଘରେ ଛୁଆ ଜନ୍ମ କରେ । ତେବେ ଏହାକୁ ମଧ୍ୟ ଶୁଭ ବୋଲି କୁହାଯାଇଥାଏ ।

6- ବିଲେଇ ଯଦି ଘରକୁ ଆସି ଚୁପଚାପ କ୍ଷୀର ପିଇନିଏ । ତେବେ ଏହାକୁ କିଛି ଲୋକ ଅଶୁଭ ବୋଲି ମାନିନେଇଥାନ୍ତି । ହେଲେ ଘରକୁ ଆସି ବିଲେଇ ଆସି କ୍ଷୀର ପିଇଯିବାକୁ ଶୁଭ ସଂକେତ ବୋଲି ଦର୍ଶାଯାଇଛି । କାରଣ ଏହା ଘରକୁ ଧନ ଆଗମନର ସଂକେତ ଦେଇଥାଏ ଯାହା ଆପଣଙ୍କୁ ଜାଣି ରଖିବା ଉଚିତ । 7- ଶାସ୍ତ୍ର ଅନୁସାରେ ଘରକୁ ବାରମ୍ବାର ବିଲେଇ ଆସି ଅଶୁଭ ମାନାଯାଇଥାଏ । ତେଣୁ ଘରେ ସତ୍ୟନାରାୟଣ ପାଠ କରାଇବା ଉଚିତ । ଯାହା ଦ୍ଵାରା ଘର ଉପରେ ଯେପରି କୌଣସି କୁ ପ୍ରଭାବ ପଡିବ ନାହିଁ ।

8- ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ବିଲେଇକୁ ରାହୁଙ୍କର ରୂପ କୁହାଯାଇଥାଏ । ଯାହାଙ୍କ ଜାତକରେ ରାହୁ ଶୁଭ ନଥାଏ । ସେମାନେ ବିଲେଇକୁ କ୍ଷୀର ପିଇବାକୁ ଦେବା ଦ୍ଵାରା ସବୁ ଭଲ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button