ଓଡ଼ିଶାରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ ହୋଇଛି: କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ – Kalinga News

[ad_1]
ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ
ଭୁବନେଶ୍ବର: ୨୫ ବର୍ଷର ଅପାରଗ ବିଜେଡି ସରକାର ବିରୁଦ୍ଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ ହୋଇଛି। ରାଜଧାନୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟରେ ଏହାର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ‘କେତେ ଦିନ ସହିବା, ପରିବର୍ତ୍ତନ ଆଣିବା’ ନାଁରେ ଏହି ଚାର୍ଜସିଟ୍ ଆଣିଛି ବିଜେପି। ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଚାର୍ଜସିଟ୍ ଜାରି କରାଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜନ ସମସ୍ୟାକୁ ନେଇ ଚାର୍ଜସିଟ୍ ଅଣାଯାଇଛି। ଚିଟଫଣ୍ଡ ଦୁର୍ନୀତି ଓ ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ ବି ଦଳ ପ୍ରଶ୍ନ ଉଠାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାବାସୀଙ୍କଠାରୁ ତାମିଲନାଡ଼ୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ କହିଛନ୍ତି, ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି, ହେଲେ ତାମିଲନାଡୁ ବିଦ୍ୟୁତ୍ ବିତରଣ ସଂସ୍ଥା ୟୁନିଟ ପିଛା ୨ଟଙ୍କା ୫୩ ପଇସା ଦେଉଛି। ଓଡ଼ିଶାରେ ଶାସନ ଲାଇନଚ୍ୟୁତ ହୋଇଛି। ଠିକ୍ ସେହିପରି ଯୋଗ୍ୟ ଲୋକଙ୍କୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଉନାହି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏଣେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜ୍ୟରେ ଓଡ଼ିଆ ଲୋକଙ୍କ ଅସ୍ମିତା ପାଇଁ ଲଢ଼େଇ କରିବ ବିଜେପି। ଓଡ଼ିଶାରେ ଅଫିସରଙ୍କ ଆତଙ୍କରାଜ ଚାଲିଛି। ଆଜି ରାଜ୍ୟର ମନ୍ତ୍ରୀ, ବିଜେଡି ବିଧାୟକ ଓ ସାଂସଦଙ୍କ ମୁହଁରୁ ପଦୁଟି କଥା ବାହାରୁନାହିଁ।

ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ନିର୍ବାଚନ ପ୍ରଭାରୀ ବିଜୟସିଂ ତୋମର, ସହ ପ୍ରଭାରୀ ଲତା ଉଣ୍ଡେସି, ପୂର୍ବତନ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
[ad_2]




