ରାଜନୀତି
ରଘୁନାଥପଲ୍ଲୀରୁ ବିଜେଡି ଟିକେଟ ପାଇଲେ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା – Kalinga News

[ad_1]
ରାଉରକେଲା: ଏଥର ବିଜେଡି ମହିଳା କାର୍ଡ ଖେଳିଛି। ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ପାଇଛନ୍ତି ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ରେଖା ବେହେରା।
Sambad is now on WhatsApp
Join and get latest news updates delivered to you via WhatsApp

ଅର୍ଚ୍ଚନା ରେଖା ଜଣେ ସାଧାରଣ ଗୃହଣୀ ହୋଇ ଥିବା ବେଳେ ତାଙ୍କର ରାଜନୀତି ସହ କୌଣସି ସମ୍ପର୍କ ନାହିଁ। ସେ ଗ୍ରାଜୁଏସନ ପାଠ ପାଠିଥିବା ବେଳେ ସେ ରାଉରକେଲାରେ ରେ ବଡ଼ ହେଇଛନ୍ତି। ସୁବ୍ରତ ତରାଇଙ୍କୁ ବିବାହ କରିବା ପରେ ସାଧାରଣ ଗୃହଣୀ ଭାବରେ ଜୀବନଯାପନ କରୁଥିଲେ ଅର୍ଚ୍ଚନା। ସୁନ୍ଦରଗଡ଼ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟିକେଟ ଫାଇନାଲ ହେଇଥିବା ବେଳେ ରଘୁନାଥପଲ୍ଲୀ ଝୁଲି ରହିଥିଲା। ଏହି ନିର୍ବାଚନ ମଣ୍ଡଳୀରେ ଅନେକ ଆଶାୟୀ ଥିଲେ। ଶେଷରେ ସୁବ୍ରତ ତରାଇଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି ବିଜେଡି।
[ad_2]




