ରାଜନୀତି

ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ: ବିଜେପି ପ୍ରାର୍ଥୀ ସଞ୍ଜଲୀ ମୁର୍ମୁଙ୍କୁ ବିରୋଧ – Kalinga News

[ad_1]

ମନମୋହନଙ୍କୁ ଭେଟିଲେ ଶତାଧିକ କର୍ମୀ

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ବିଜେପି ସଞ୍ଜଲୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ତେବେ ସଞ୍ଜଲୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ଆଜି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଙ୍ଗିରିପୋଷି, କୁଳିଅଣା ଓ ଶ୍ୟାମାଖୁଣ୍ଟା ବ୍ଲକ୍‌ର ଶତାଧିକ କର୍ମୀ ଓ ନେତା ୫ଟି ବସ୍‌ରେ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି। ଶ୍ରୀ ସାମଲ ସେମାନଙ୍କ କଥା ବୁଝିବେ ବୋଲି ଆଶ୍ବାସନା ଦେଇଥିଲେ ମଧ୍ୟ ସମସ୍ତେ ଡେରାପକାଇ ରହିଛନ୍ତି। ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆନଗଲେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ କେହି ଜଣେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଆଶାୟୀ ପ୍ରାର୍ଥୀ ମକରଧ୍ବଜ ମୁର୍ମୁ, ଫାଗୁ ହାଁସଦା, ଲକ୍ଷ୍ମଣ ଟୁଡୁ, ବାସନ୍ତୀ ଟୁଡୁ, ଭୀମ ସୋରେନ, କାହ୍ନୁଚରଣ ସିଂ, ସଂଜୟ ଅଗ୍ରୱାଲ, ପ୍ରଦୀପ ମହାନ୍ତି, ରମାକାନ୍ତ ମଲ୍ଲିକ ପ୍ରମୁଖଙ୍କ ନେତୃତ୍ବରେ ଅସନ୍ତୁଷ୍ଟ କର୍ମୀମାନେ ଭୁବନେଶ୍ବରଠାରେ ଡେରା ପକାଇଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ବାଙ୍ଗିରିପୋଷି ବ୍ଲକ୍‌ ଭୁଆଶୁଣି ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ହୋଇ ସଞ୍ଜଲୀ ଜିତିପାରି ନଥିଲେ। ଏପରିସ୍ଥଳେ ତାଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଥିବା ବେଳେ ସେ ପୁଣି ହାରିବେ ବୋଲି ସେମାନେ ଦୃଢ଼ୋକ୍ତି କରିଛନ୍ତି। ଏଥିସହିତ, ପ୍ରାର୍ଥୀ ପରିବର୍ତ୍ତନ କରି ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ ଦେବାପାଇଁ ଦାବି କରିଥିଲେ। ସୂଚନାଯୋଗ୍ୟ, ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜଲୀ ମୁର୍ମୁ ହେଉଛନ୍ତି ବିଜେପି ନେତା ସୁଗଦା ମୁର୍ମୁଙ୍କ ଝିଅ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି ୭୨,୦୫୦ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇ ସୁଗଦା ମୁର୍ମୁ ୬୦,୨୦୬ ଖଣ୍ଡ ଭୋଟ୍‌ ପାଇ ପରାଜିତ ହୋଇଥିଲେ। ଏଥର ଦଳ ଆଉ ସୁଗଦାଙ୍କ ଉପରେ ଭରସା ନକରି ତାଙ୍କ ଝିଅ ତଥା ଦଳର ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଞ୍ଜଲୀ ମୁର୍ମୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button