ଆଇପିଏଲ୍-୨୦୨୪: ବେଙ୍ଗାଲୁରୁ ଆଗରେ ୨୨୩ ରନ୍ର ବିଜୟ ଲକ୍ଷ୍ୟ ରଖିଲା କୋଲକାତା – Kalinga News

[ad_1]
ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ
କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ର ୩୬ତମ ମ୍ୟାଚ୍ରେ ରବିବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଇର୍ଡେନ୍ ଗାର୍ଡେନ୍ସରେ ବେଙ୍ଗାଲୁରୁ ଟସ୍ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରେୟସ ଆୟରଙ୍କ ନେତୃତ୍ବରେ ଘରୋଇ ଟିମ୍ କୋଲକାତା ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୨୨ ରନ୍ ସଂଗ୍ରହ କରିଛ। ଫଳରେ ବେଙ୍ଗାଲୁରୁକୁ ୨୨୩ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
କୋଲକାତା ପାଇଁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୬ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ବଳରେ ୫୦ ରନ୍ କରିପାରିଥିଲେ। କୋଲକାତା ପାଇଁ ଫିଲିପ୍ ସଲ୍ଟ ଓ ସୁନୀଲ ନାରାୟଣ ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୫୬ ରନ୍ ସଂଗ୍ରହ କରିଥିଲେ। ଦଳ ୪.୨ ଓଭରରେ ଫିଲିପ୍ଙ୍କୁ ହରାଇଥିଲା। ଫିଲିପ୍ ମାତ୍ର ୧୪ଟି ବଲ୍ ଖେଳି ୭ଟି ଚୌକା ଓ ୩ଟି ଛକା ବଳରେ ୪୮ ରନ୍ ସଂଗ୍ରହ କରିଥିଲେ। ଏହା ପରେ ସୁନୀଲ ମଧ୍ୟ ଆଉଟ୍ ହୋଇ ପାଭିଲିଅନ୍ ଫେରିଥିଲେ। ସେ ୧୫ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୦ ରନ୍ ଯୋଡ଼ିଥିଲେ। କୋଲକାତା ତୃତୀୟ ୱିକେଟ୍ ଭାବେ ଅଙ୍ଗକ୍ରିଶ ରଘୁବଂଶୀ(୩ରନ୍)ଙ୍କୁ ହରାଇଥିଲା ଭେଙ୍କଟେସ୍ ଆୟର ୮ଟି ବଲ୍ ଖେଳି ୩ଟି ଚୌକା ସହାୟତାରେ ୧୬ ରନ୍ କରିଥିଲେ।
ବେଙ୍ଗାଲୁରୁର ପଞ୍ଚମ ଶିକାର ହୋଇଥିଲେ ଯୁବ ବ୍ୟାଟର ରିଙ୍କୁ ସିଂହ। କିନ୍ତୁ ସେ ଆଉଟ୍ ହେବା ପୂର୍ବରୁ ୧୬ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୪ ରନ୍ କରିଥିଲେ। ଆନ୍ଦ୍ରେ ରସଲ ଅପରାଜିତ ୨୭ ରନ୍ ଓ ରମନଦୀପ ସିଂହ ଅପରାଜିତ ୨୪ ରନ୍ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ୟଶ ଦୟାଲ ଓ କେମ୍ରନ୍ ଗ୍ରିନ୍ଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା। ମହମ୍ମଦ ସିରାଜ ଓ ଲକି ଫରଗୁସନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
[ad_2]




