ନ୍ୟୁଜ୍ ରିଲ୍: ଟାଇଗର୍ ଓ ପାନ୍ଥର୍! – Kalinga News

[ad_1]
ମେଗାଷ୍ଟାର୍ ଅମିତାଭ ବଚ୍ଚନ ତାଙ୍କ ପରିବାର ଲୋକଙ୍କ ସହ ବନ୍ଧୁ ପରି ବ୍ୟବହାର କରନ୍ତି। ବିଶେଷ କରି ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ ବିଗ୍ ବି’ଙ୍କ ସଂପର୍କ ଖୁବ୍ ଘନିଷ୍ଠ। ବାପପୁଅ ହେଲେ ବି ଦୁହେଁ ପରସ୍ପର ସହ ହସମଜା କରିବାର ସୁଯୋଗ କେବେ ହାତଛଡ଼ା କରନ୍ତି ନାହିଁ। ଏକ ସାକ୍ଷାତ୍କାରରେ ଥରେ ଅଭିଷେକ ବଚ୍ଚନ କହିଥିଲେ କି, ତାଙ୍କ ବାପା ପିଲାଦିନେ ତାଙ୍କୁ ଏକ ବିଶେଷ ନାମରେ ଡାକୁଥିଲେ। ଯାହାର ଜବାବରେ ସେ ମଧ୍ୟ ବାପାଙ୍କର ଏକ ନାମ ଦେଇଥିଲେ। ଅମିତାଭ ଯେତେବେଳେ ସୁଟିଂ ସାରି ଘରକୁ ଫେରନ୍ତି ତ ତାଙ୍କୁ ସ୍ନେହରେ ‘କେମିତି ଅଛ ଟାଇଗର୍?’ ବୋଲି ପ୍ରଶ୍ନ କରନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଏମିତି ବାପାଙ୍କ ମୁହଁରୁ କିଛି ଥର ଟାଇଗର୍ ଡାକ ଶୁଣିବା ପରେ ଅଭିଷେକ ‘ଭଲ ଅଛି ପାନ୍ଥର୍’ ବୋଲି ଉତ୍ତର ଦେବାକୁ ଲାଗିଲେ। ଥଟ୍ଟାରେ ଥଟ୍ଟାରେ ବାପପୁଅ ପରସ୍ପରଙ୍କୁ ଟାଇଗର୍ ଓ ପାନ୍ଥର୍ ନାମରେ ଡାକିବାକୁ ଲାଗିଲେ। ସେହିପରି ବିଗ୍ ବି ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କୁ ଦେବୀଜୀ ଡାକନ୍ତି। ସେହିପରି ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ବୋହୂରାନୀ ସମ୍ବୋଧନ କରନ୍ତି ଅମିତାଭ।
[ad_2]