ଦେଶ- ବିଦେଶ

ଇରାନ ଇସ୍ରାଏଲକୁ ନିକ୍ଷେପ କରିଥିବା ୮୦ରୁ ଅଧିକ ୟୁଏଭି ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଧ୍ବଂସ କରିଛି ଆମେରିକା – Kalinga News

[ad_1]

ତେଲ୍ ଅଭିଭ: ସିରିଆ ସ୍ଥିତ ଇରାନ୍ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ନେଇ ଇରାନ୍ ଇସ୍ରାଏଲ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ପୂର୍ବ ଶତ୍ରୁତା ପୁଣି ତେଜି ଉଠିଛି। ଇରାନ-ଇସ୍ରାଏଲ ଯୁଦ୍ଧ ଭୟଙ୍କର ହୋଇଛି। ଇରାନ୍ ନିଜ ଅଂଚଳରୁ ଆରମ୍ଭ କରିଥିବା ଏହି ଆକ୍ରମଣରେ ୨୦୦ ଅସ୍ତ୍ରବାହକ ଓ ଆତ୍ମଘାତୀ ଡ୍ରୋନ୍ ବ୍ୟବହାର କରିବା ସହ ପ୍ରାୟ ୩ ଶହ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆକ୍ରମଣ ୫ ଘଣ୍ଟା ଧରି ଚାଲିଥିଲା। ତେବେ ୯୯ ପ୍ରତିଶତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଇସ୍ରାଏଲ ନଷ୍ଟ୍ କରିଦେବାରେ ସକ୍ଷମ ହୋଇଥିଲା। ଇସ୍ରାଏଲର ଏହି ବିସ୍ମୟ ସୃଷ୍ଟିକାରୀ ସାମର୍ଥ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଅନ୍ୟପକ୍ଷେ ଆମେରିକା ଦାବି କରିଛି ଯେ ଇସ୍ରାଏଲକୁ ଇରାନ ପଟୁ ଆସିଥିବା ୮୦ରୁ ଅଧିକ ୟୁଏଭି ଏବଂ ୬ଟି ବାଲିଷ୍ଟିକ୍ ମିସାଇଲକୁ ଆମେରିକା ଧ୍ବସ୍ତ କରିଦେଇଛି। ଇସ୍ରାଏଲ ସେନା କହିଛି ଯେ ସେମାନେ ହାଇ ଆଲର୍ଟରେ ଅଛନ୍ତି ଏବଂ ସବୁ ଦିଗରୁ ସମସ୍ତ ଟାର୍ଗେଟ ଉପରେ ନଜର ରଖାଯାଇଛି । ଇରାନ୍ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତେଲ୍ ଅଭିଭ ସ୍ଥିତ ସାମରିକ ମୁଖ୍ୟାଳୟରେ ଯୁଦ୍ଧ କ୍ୟାବିନେଟ୍ ଡକାଇଥିଲେ। ଏଥିରେ ଇସ୍ରାଏଲ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ଏବଂ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତରେ ବିଶ୍ବ ନେତୃବୃନ୍ଦଙ୍କ ସହ ନେତାନ୍ୟାହୁ ଆଲୋଚନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା କହିଛି ଯେ ଇସ୍ରାଏଲ ସହ ଆମେ ସର୍ବଦା ଦୃଢ଼ଭାବେ ରହିଛୁ । ତେବେ ଜାତିସଂଘରେ ଥିବା ଇରାନ୍ ପ୍ରତିନିଧି କହିଛନ୍ତି ଯେ ଆମେରିକା ଇରାନ୍ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷରୁ ଦୂରେଇ ରହିବା ଉଚିତ। ଯଦି ଇସ୍ରାଏଲ ଆକ୍ରମଣର ଜବାବ ଦିଏ ତେବେ ତେହରାନର ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଇରାନ୍ ସାମରିକ ମୁଖପାତ୍ର କହିଛନ୍ତି ଯେ ଆବଶ୍ୟକସ୍ଥଳେ ଆମେ ଆମେରିକାର ଘାଟିଗୁଡ଼ିକ ଉପରେ ମଧ୍ୟ ସିଧାସଳଖ ଆକ୍ରମଣ କରିବୁ। ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ଇସ୍ରାଏଲ ଉପରକୁ ଆସୁଥିବା ପ୍ରାୟ ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଖସାଇବାରେ ସହଯୋଗ କରିଛି । ଇରାନ୍ ଆକ୍ରମଣ ପରେ ବାଇଡେନ ଏବଂ ନେତାନ୍ୟାହୁ ଫୋନରେ କଥାବାର୍ତ୍ତା ହେବା ପରେ ସେ ଏହି ବୟାନ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button