ଫିଲ୍ମ ‘ରାମାୟଣ’ରେ ଏବେ ଏହି କାମ କରିବେ ସୁପରଷ୍ଟାର ୟଶ, ରାବଣ ହେବା ନେଇ ଉପୁଜିଲା ଦ୍ବନ୍ଦ୍ବ – Kalinga News

[ad_1]
ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ରାମାୟଣ’କୁ ନେଇ ପ୍ରତିଦିନ ନୂଆ ନୂଆ ଅପଡେଟ ଆସୁଛି। ଏହି ଫିଲ୍ମର ଘୋଷଣା ହେବା ପରଠାରୁ ଏହି ଚଳଚ୍ଚିତ୍ର କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛି। କୁହାଯାଉଥିଲା ଯେ, ରଣବୀର କପୁରଙ୍କ ଅଭିନୀତ ଏହି ଫିଲ୍ମରେ କେଜିଏଫ ଷ୍ଟାର ୟଶ ରାବଣ ଭୂମିକାରେ ଅଭିନୟ କରିବେ। ଏବେ କୁହାଯାଉଛି ଯେ, ୟଶ ରାବଣ ଚରିତ୍ର କରିବାକୁ ମନା କରି ୮୦କୋଟିର ଅଫରକୁ ନା କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଫିଲ୍ମରେ ରାବଣ ଚରିତ୍ର କରିବାକୁ ମନା କରିବା ସହ ୟଶ ଫିଲ୍ମର ସହ-ପ୍ରଯୋଜକ ହେବେ । ତେବେ ନିର୍ମାତାମାନେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। ଯଦି ଏହା ସତ ହୋଇଥାଏ ତେବେ ୟଶଙ୍କ ପ୍ରଶଂସକମାନେ ନିରାଶ ହେବେ ନିଶ୍ଚୟ।
ତେବେ ନିତେଶ ତିୱାରୀ ତାଙ୍କର ଏହି ବଡ ବଜେଟ୍ ଫିଲ୍ମର ସୁଟିଂ ଆରମ୍ଭ କରିସାରିଛନ୍ତି। ମୁମ୍ବାଇର ଫିଲ୍ମ ସିଟିରେ ଏକ ବଡ଼ ସେଟ୍ ନିର୍ମାଣ କରାଯାଇଛି ଯାହାର ମୂଲ୍ୟ ୧୧କୋଟି ଟଙ୍କା ହେବ ବୋଲି କୁହାଯାଉଛି। କିଛି ଦିନ ତଳେ ସୁଟିଂ ସେଟରୁ ଅରୁଣ ଗୋବିଲଙ୍କ ଦଶରଥ ଏବଂ ଲାରା ଦତ୍ତାଙ୍କ କୈକେୟୀ ଲୁକ୍ ଭାଇରାଲ ହୋଇଥିଲା । ଏହା ପରଠାରୁ ନୀତିଶ ତିୱାରୀ ଫିଲ୍ମର ସେଟକୁ କେହି ଫୋନ ନେଇ ଆସିବେ ନାହିଁ ବୋଲି ନିୟମ ତିଆରି କରିଛନ୍ତି । ଏହା ସହ କୁହାଯାଉଛି ଯେ, ନିତେଶ ତିୱାରୀ ଫିଲ୍ମକୁ ତିନି ଭାଗରେ ନିର୍ମାଣ କରିବେ।
[ad_2]