ରାଜନୀତି

କଂଗ୍ରେସ ଜାରି କଲା ପ୍ରଚାର କମିଟି ତାଲିକା: ଭକ୍ତ ଦାସ ଅଧ୍ୟକ୍ଷ, ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ – Kalinga News

[ad_1]

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭୋଟ୍‌ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଗୁଡ଼ିକ ସେତିକି ସକ୍ରିୟ ଦେଖାଯାଉଛି। ଦଳୀୟ ନେତା ଓ କର୍ମୀମାନେ ମଧ୍ୟ ଉତ୍ସାହିତ ଦେଖାଯାଉଛନ୍ତି। ବୁଧବାର କଂଗ୍ରେସ ତା’ର ପ୍ରଚାର କମିଟି ତାଲିକା ପ୍ରକାଶ କରିଛି। ଏଥିରେ ୫୯ ଜଣଙ୍କ ନାମ ରହିଛି। ଏହି କମିଟିରେ ଭକ୍ତ ଚରଣ ଦାସ ଅଧ୍ୟକ୍ଷ ଥିବା ବେଳେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି।

ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ କହିଛନ୍ତି ପ୍ରଚାର ତାଲିକାରେ ସୁଧାଂଶୁ ଶେଖର ଦେଓଙ୍କୁ ସଂଯୋଜକ ରଖାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କାମାକ୍ଷା ପ୍ରସାଦ ସିଂହଦେଓ,  ନିରଂଜନ ପଟ୍ଟନାୟକ, କାହ୍ନୁ ଚରଣ ଲେଙ୍କା, ଶ୍ରୀକାନ୍ତ ଜେନା, ଗିରିଧର ଗମାଙ୍ଗ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ପଞ୍ଚାନନ କାନୁନଗୋ, ସରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ହଳଧର କାର୍ଜି, ସପ୍ତଗିରି ଉଲାକା, ବିଜୟ କୁମାର ପଟ୍ଟନାୟକ, ନକୁଳ ନାୟକ, ହମିଦ ହୁସେନ, ପୃଥ୍ବୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ ଅଛନ୍ତି।

ସେହିପରି ଏହି ତାଲିକାରେ ସାଦନ ନାଏକ, ମନୋରଂଜନ ତ୍ରିପାଠୀ, ପଦ୍ମକର ଗୁରୁ, କୃଷ୍ଣଚନ୍ଦ୍ର ସାଗରିଆ, ଜାକବ ପ୍ରଧାନ, ଲିପିକା ମାଝୀ, କୃଷ୍ଣଚନ୍ଦ୍ର ସାହୁ, ବନ୍ଦିତା ପରିଡ଼ା, ମନୋଜ ବିଶ୍ବାଳ, ବିଦୁ ଭୂଷଣ ମହାପାତ୍ର, ପଞ୍ଚାନନ ଦାଶ, ବିସ୍ମୟ ମହାପାତ୍ର, ରଂଜିତା ରାଉତ, ଅଜିତ ଦାସ, ସନ୍ତୋଷ ମଣ୍ଡେଲା, ଗଣେଶ ସାହୁ, ହେମନ୍ତ ପଣ୍ଡା, ତୁଷାର ରଂଜନ ପାଟଯୋଶୀ, ଅଙ୍କିତ ସିଂହାହୀ, ମାନସ ତ୍ରିପାଠୀ, ବିଷ୍ଣୁ ଚରଣ ବାରିକ, ମହମ୍ମଦ ଆକବର ଖାନ୍‌, ଅଶୋକ କୁମାର ମହାନ୍ତି, ସରୋଜ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ସାହୁ, ଆକାଶ ଭୂୟା, ଗିରିବାଳା ବେହେରା, ସସ୍ମିତା ବେହେରା, ହୃଷୀକେଶ ସାହୁ, ଗୀତାଞ୍ଚଳି ମହାନ୍ତ, ଶଶୀକାନ୍ତ ଲେଙ୍କା, ସୁଦାମ ବାରିକ, ସତ୍ୟ ନାଏକ ଓ ଫକୀର ଜଗତଙ୍କୁ ତାଲିକାରେ ସାମିଲ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button