ସ୍ୱାସ୍ଥ୍ୟ

ନିମୋନିଆ କାରଣରୁ ହୋଇଥିବା କଫ ସମସ୍ଯାରୁ କିପରି ନିବାରଣ କରାଯାଇ ପାରିବ ?

ନିମୋନିଆ ଏମିତି ଏକ ରୋଗ ଯାହା ହେଲେ ଅନେକ ସମସ୍ଯା ଦେଖାଯାଏ । ଯେତେବେଳେ ଛୋଟ ପିଲାଙ୍କୁ ନିମୋନିଆ ହୋଇଥାଏ ତେବେ ସେମାନେ ଗମ୍ଭୀର ସମସ୍ୟାର ସମୁଖିନ୍ନ ହୋଇଥାନ୍ତି । ନିମୋନିଆରେ ଅନେକ ଲୋକ ମାନେ ପୀଡିତ ହୋଇ ପ୍ରାଣ ହରାଇଥାନ୍ତି । ଏହି ରୋଗ ଛୋଟ ଠାରୁ ଆରମ୍ଭ କରି ବଡ ଲୋକଙ୍କ ଠାରେ ହୋଇଥାଏ । ଏହି ରୋଗରେ ଫୁସଫୁସ ସଂକ୍ରମିତ ହେବାରୁ ସେଠାରେ ପାଣି ଜମା ହୋଇଯାଏ । ଯଦି ଠିକ ସମୟରେ ଏହାର ଚିକିତ୍ସା ନ କରାଯାଏ ତେବେ ବହୁତ ସମସ୍ଯା ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଚିକିତ୍ସା ନେଇ ଆସିଛୁ ଯାହା ଦ୍ଵାରା ଯଦି କଫ ହୋଇଥାଏ ବା ନିମୋନିଆ ହୋଇଥାଏ ତାହାର ନିବାରଣ କେମିତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।ନିମୋନିଆ ରୋଗର ନିବାରଣ ପାଇଁ ଅରକ୍ଷ ପତ୍ରର ଆବଶ୍ୟକତା ରହିଛି । ଏହା ଏକ ଚମତ୍କାରୀ ପତ୍ର ଅଟେ ଯାହା ଦ୍ଵାରା ଅନେକ ରୋଗର ନିବାରଣ ହୋଇଥାଏ । ଅରଖ ପତ୍ରର କ୍ଷୀର ବହୁତ ବିଷ ହୋଇଥାଏ । ତେଣୁ ଭଲ ଭାବେ ପତ୍ରକୁ ଧୋଇ ଦିଅନ୍ତୁ । ଏହା ପରେ ପତ୍ର ରେ ଦେଶୀ ଘିଅ ଲଗାନ୍ତୁ ।

ଏହା ପରେ ଅରଖ ପତ୍ର କୁ ଆପଣ ନିଜ ଛାତି ରେ ଲଗାଇ ରଖନ୍ତୁ । ଏହି ଉପଚାର କୁ ମାତ୍ର ଦୁଇ ଦିନ କରିଲେ ଆପଣ ଦେଖିବାକୁ ପାଇବେ ଯେ ଛାତିରେ ଯେତେ କଫ ହେଉଠାଉ ତାହା ତରଳି ସଂପୂର୍ଣ୍ଣ ଭାବେ ବାହାରି ଆସିବ । ଏହି ଉପଚାର ଛୋଟ ଠାରୁ ଆରମ୍ଭ କରି ବଡ ବ୍ୟକ୍ତି କରି ପାରିବେ । ଏହାର ପ୍ରୟୋଗ କରିଲେ ନିମୋନିଆ କାରଣରୁ ଛାତିରେ ଜମା ଥିବା କଫ ସବୁ ବାହାରି ଯିବ । ଛୋଟ ପିଲାଙ୍କର ନିମୋନିଆ ହୋଇଥିଲେ ଏହା ମହାମନ୍ତ୍ର ଭଳି କାମ କରିଥାଏ । ଅନ୍ୟ ଏକ ଘରୋଇ ଉପଚାର ରହିଛି ଯାହା ଦ୍ଵାରା ନିମୋନିଆ ରୋଗର ନିବାରଣ ହୋଇ ପାରିବ ।

ଏହି ଉପାୟ ପାଇଁ ଏକ କପ କ୍ଷୀରରେ ୪ ଗ୍ଳାସ ପାଣି ଢାଳନ୍ତୁ । ଏହା ପରେ କିଛି ରସୁଣ କୁ ଛୋଟ ଛୋଟ କରି କାଟି ଏହି କ୍ଷୀର ରେ ପକାନ୍ତୁ । ଏହା ପରେ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ । ଏହା ପରେ କ୍ଷୀରକୁ ଛାଣି ଦିଅନ୍ତୁ । ଏହି ଉପଚାର ଦ୍ଵାରା ଛାତିରେ ଜମା ରହିଥିବା କଫ ବାହାରିବା ସହ ନିମୋନିଆ ଭଳି ରୋଗରୁ ମୁକ୍ତି ମିଳିଥାଏ । ଏହି କ୍ଷୀରର ସେବନ ଦିନକୁ ଥରେ କରି ପାରିବେ । ଏହି ଦୁଇଟି ଚମତ୍କାରୀ ଆୟୁର୍ବେଦିକ ଘରୋଇ ଉପଚାର ଦ୍ଵାରା ନିମୋନିଆ ରୋଗର ନିବାରଣ ହେବା ସହ କଫ ସମସ୍ଯା ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button