ମନୋରଞ୍ଜନ

ଭାଙ୍ଗିଲା କି ଆଦିତ୍ୟ-ଅନନ୍ୟାଙ୍କ ସମ୍ପର୍କ, ଅଭିନେତ୍ରୀଙ୍କ ଏଭଳି ପୋଷ୍ଟ ପରେ ଆରମ୍ଭ ହେଲା ଚର୍ଚ୍ଚା – Kalinga News

[ad_1]

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କାପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଆସୁଛି। କିଛି ମାସ ହେବ ଏହି ଚର୍ଚ୍ଚା ହେଉଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ହେଲେ ଦୁହେଁ ବୁଲିଯିବା ଓ ସାଥିରେ ସମୟ କଟାଇବା ଦେଖି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା। ଏମିତି କି ଟିକ୍ ସୋ’ରେ କଥା କଥାରେ ଦୁହେଁ ଏହା ସ୍ବୀକାର ମଧ୍ୟ କରିଥିଲେ। କିନ୍ତୁ ଏବେ ଦୁହେଁ ଅଲଗା ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନନ୍ୟା କରିଥିବା ପୋଷ୍ଟକୁ ଏବେ ତାଙ୍କ ପ୍ରଶଂସକମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ଇନଷ୍ଟା ଷ୍ଟାଟସରେ ସେ ଏକ ଲେଖା ସେୟାର କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ, “ଯାହାକୁ ତୁମ ପାଇଁ ଭଗବାନ ଲେଖିଥିବେ, ସେ ଆପେ ଆପେ ତୁମ ପାଖକୁ ଆସିବ। ତୁମେ ତାକୁ ଯେତେ ବି ନିଜ ଜୀବନରୁ ଦୂରେଇ ରଖିଲେ ବି ସେ ପୁଣି ତୁମ ପାଖକୁ ଆସିବ।”

ତାଙ୍କର ଏଭଳି ପୋଷ୍ଟ ଦେଖିବା ପରେ ଆଦିତ୍ୟଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିଥିବା ନେଇ ଲେ‌ାକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ହେଲେ ଅନନ୍ୟା ସ୍ପଷ୍ଟ ଭାବେ କିଛି ବି କହିନଥିବାରୁ ତାଙ୍କ ପ୍ରଶଂସକ ଏବେ ଦ୍ବନ୍ଦ୍ବରେ ରହିଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button