ଅନନ୍ତନାଗ ହଟ୍ ସିଟ୍: ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ – Kalinga News

[ad_1]
ଶ୍ରୀନଗର: ଲୋକସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଜୋରଦାର୍ କରିଛନ୍ତି। ଲୋକସଭା ନିର୍ବାଚନରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ୍ ନିଜର ପାରମ୍ପରିକ ଆସନ ବଦଳାଇ ଦେଇଛନ୍ତି। ସେ ନିଜର ପାରମ୍ପରିକ ଲୋକସଭା ଆସନ ଉଧମପୁର-କଠୁଆ ପରିବର୍ତ୍ତେ ଚଳିତ ଥର ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏହି ଆସନରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଗୁଲାମନବୀଙ୍କୁ ଟକ୍କର ଦେବେ। ଫଳରେ ଚଳିତ ଲୋକସଭା ନିର୍ବାଚନରେ ଅନନ୍ତନାଗ-ରାଜୌରୀ ଲୋକସଭା ଆସନ ହଟ୍ ସିଟ୍ରେ ପରିଣତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ନେତା ନିଜ ନିଜର ଅସ୍ତିତ୍ବ ନେଇ ଚଳିତ ଥର ଲଢ଼େଇ କରୁଛନ୍ତି। ଗୁଲାମନବୀ ପ୍ରାୟ ଦୁଇ ବର୍ଷ ତଳେ କଂଗ୍ରେସ ଶିବିର ଛାଡ଼ିଥିଲେ। ସେ ନିଜର ଅଲଗା ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟି ଗଠନ କରିଥିଲେ। ଜମ୍ମୁ-କଶ୍ମୀରରେ ଏହା ତାଙ୍କର ଦ୍ବିତୀୟ ଲୋକସଭା ନିର୍ବାଚନ। ଯେଉଁଥିରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
୨୦୧୪ରେ ସେ କଂଗ୍ରେସ ଟିକେଟରେ ଉଧମପୁର-କଠୁଆ ଲୋକସଭା ଆସନରେ ଲଢ଼ି ପରାଜିତ ହୋଇଥିଲେ। ବିଜେପିର ଡ. ଜିତେନ୍ଦ୍ର ସିଂ ତାଙ୍କୁ ପରାଜିତ କରିଥିଲେ। ଚଳିତ ଥର ସେ ନିଜ ଆସନ ବଦଳାଇଛନ୍ତି। କିନ୍ତୁ ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ମେହବୁବା ଦୁଇଥର ବିଜୟୀ ହୋଇଛନ୍ତି। ଏପରିସ୍ଥଳେ ଗୁଲାମନବୀଙ୍କ ପାଇଁ ନିର୍ବାଚନ ବୈତରଣୀ ପାର୍ ହେବା ସହଜ ମନେ ହେଉ ନାହିଁ।
ମେହବୁବା ୨୦୦୪ ଏବଂ ୨୦୧୪ରେ ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ଗୁଲାମନବୀଙ୍କ ପାଇଁ ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ଜିତିବା ଜରୁରୀ ହୋଇ ପଡ଼ିଛି। କାରଣ ଲୋକସଭା ନିର୍ବାଚନରେ ପରାଜୟ ତାଙ୍କ ଦଳକୁ ବିଧାନସଭା ନିର୍ବାଚନରେ ଅଧିକ ଦୁର୍ବଳ କରିଦେବ। ସେଥିପାଇଁ ଗୁଲାମନବୀଙ୍କ ପାଇଁ ବିଜୟ ଗୁରୁତ୍ବପୂର୍ଣ୍ଣ।
[ad_2]




