ଜ୍ୟୋତିଷ

ଏଭଳି କାର୍ଯ୍ୟ କରୁଥିବା ଲୋକେ ଆସନ୍ତା ଜନ୍ମରେ ମହିଳା ହୋଇ ଜନ୍ମ ନେଇଥାନ୍ତି, ଗରୁଡ଼ ପୁରାଣରେ ବର୍ଣ୍ଣିତ ରହିଛି

ଗରୁଡ଼ ପୁରାଣରେ ଜନ୍ମ ଓ ମୃତ୍ୟୁକୁ ନେଇ ଅନେକ କଥା ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ସୃଷ୍ଟିରେ ଥିବା ପ୍ରାଣୀଙ୍କର ମୃତ୍ୟୁ ପରେ ଆତ୍ମାର କେଉଁ ରୂପରେ ପୁନର୍ଜନ୍ମ ହୋଇଥାଏ, ସେହି ବିଷୟରେ ଗରୁଡ଼ ପୁରାଣରେ ବର୍ଣ୍ଣିତ ରହିଛି।

– ସ୍ତ୍ରୀ ଯୋନିରେ ମିଳିଥାଏ ଜନ୍ମ।

– କର୍ମ ଉପରେ ନିର୍ଦ୍ଧାରଣ କରାଯାଇଥାଏ କର୍ମଫଳ।

– ଗରୁଡ଼ ପୁରାଣରେ ଜନ୍ମ ଓ ମୃତ୍ୟୁ ବିଷୟରେ ବର୍ଣ୍ଣନା କରାଯାଇଛି।

ସମସ୍ତ ୧୮ ଗୋଟି ପୁରାଣ ମଧ୍ୟରୁ ଗରୁଡ଼ ପୁରାଣର ଏକ ଅଲଗା ମହତ୍ୱ ରହିଛି।ଏଥିରେ ସମସ୍ତ ପ୍ରାଣୀ ଜଗତର ଜନ୍ମ ଓ ମୃତ୍ୟୁ ଠାରୁ ଆରମ୍ଭ କରି ପ୍ରାଣୀର ଆଗାମୀ ଜନ୍ମ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏହାସହିତ ଏହି ଗରୁଡ଼ ପୁରାଣରେ ପ୍ରତ୍ୟେକ ପ୍ରାଣୀକୁ ମୃତ୍ୟୁ ପରେ ତାର କର୍ମ ହିସାବରେ ଆଗାମୀ ଜନ୍ମ ମିଳିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଗରୁଡ଼ ପୁରାଣ ଅନୁସାରେ, ଯେତେବେଳେ ଆତ୍ମାକୁ ନୂଆ ଜନ୍ମ ମିଳିଥାଏ, ସେହି ଜନ୍ମ କୌଣସି ପୁରୁଷ କିମ୍ବା ମହିଳା ରୂପରେ ହେଉ ନା କାହିଁକି, ଆତ୍ମାକୁ ସେହି ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିଥାଏ।ଆତ୍ମା ଶରୀର ଜରିଆରେ କର୍ମ କରି ନିଜ ଜନ୍ମର ଉଦେଶ୍ୟକୁ ସାର୍ଥକ ବା ନିରର୍ଥକ କରିଥାଏ। ଆତ୍ମା ଭଲ କର୍ମ କରି ମୁକ୍ତିର ମାର୍ଗ ଆପଣେଇ ପାରେ, ନଚେତ ଖରାପ କର୍ମ କରି ପାପ ଭୋଗିବାକୁ ଆତ୍ମାକୁ ପ୍ରସ୍ତୁତ ରହିବାକୁ ପଡେ।

– ଯଦି କୌଣସି ପୁରୁଷ ମହିଳାଙ୍କ ଭଳି ଆଚରଣ କରୁଥାନ୍ତି ବା ତାଙ୍କ ପାଖରେ ମହିଳାଙ୍କର ସ୍ଵଭାବ ଦେଖିବାକୁ ମିଳେ, ତାହେଲେ ସେହି ପୁରୁଷ ଲୋକର ଆତ୍ମା ଆସନ୍ତା ଜନ୍ମରେ ଜଣେ ମହିଳା ସ୍ବରୂପରେ ଜନ୍ମ ନେଇଥାନ୍ତି । ସେହିପରି ଯଦି କୌଣସି ବ୍ୟକ୍ତି ପଶୁ ଭଳି ଆଚରଣ କରୁଥାନ୍ତି ବା ମାଂସ ଓ ମଦିରା ଆଦି ସେବନ କରୁଛନ୍ତି, ତାହେଲେ ସେହି ବ୍ୟକ୍ତିକୁ ଆସନ୍ତା ଜନ୍ମରେ ପଶୁ ଜନ୍ମ ମିଳିଥାଏ।

– ଗରୁଡ଼ ପୁରାଣ ଅନୁସାରେ ବର୍ଣ୍ଣିତ ରହିଛି ଯେ, ମୃତ୍ୟୁ ସମୟରେ ମନୁଷ୍ୟ ଯେଉଁ ଜିନିଷ ପ୍ରତି ଆସକ୍ତ ହୋଇଥାଏ, ତାହେଲେ ତାର ଆସନ୍ତା ଜନ୍ମ ସେହି ଜିନିଷ ପ୍ରତି ନିର୍ଭର ହୋଇଥାଏ।ଯଦି କୌଣସି ପୁରୁଷ ନିଜର ମୃତ୍ୟୁ ସମୟରେ କୌଣସି ସ୍ତ୍ରୀଙ୍କୁ ଚିନ୍ତା କରି ଶେଷ ନିଃଶ୍ୱାସ ତ୍ୟାଗ କରିଥାନ୍ତି, ତାହେଲେ ସେହି ବ୍ୟକ୍ତିର ଆସନ୍ତା ଜନ୍ମ ଜଣେ ମହିଳାର ହୋଇଥାଏ। ଯଦି କୌଣସି ବ୍ୟକ୍ତି ତାର ମୃତ୍ୟୁ ସମୟରେ ଭଗବାନଙ୍କୁ ସ୍ମରଣ କରି ଶେଷ ନିଃଶ୍ୱାସ ତ୍ୟାଗ କରିଥାନ୍ତି, ତାହେଲେ ତାର ଆତ୍ମା ମୁକ୍ତି ଆଡକୁ ଅଗ୍ରସର ହୋଇଥାଏ।ମୃତ୍ୟୁର ସମୟ ଆଗାମୀ ଜନ୍ମ ନିର୍ଦ୍ଧାରଣ କରିଥାଏ। କୁହାଯାଏ କି ଶେଷ ସମୟରେ ସର୍ବଦା ଭଗବାନଙ୍କୁ ସ୍ମରଣ କରିବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button