ମନୋରଞ୍ଜନ

ଚହଲଙ୍କ ପତ୍ନୀ ଧନଶ୍ରୀଙ୍କର ନୂଆ ଭିଡିଓ ଭାଇରାଲ୍‌, ଏହି ଗାୟକଙ୍କୁ ଖୁସିରେ ଆଲିଙ୍ଗନ କଲେ – Kalinga News

[ad_1]

ନୂଆଦିଲ୍ଳୀ: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ଲଗାତର ଚର୍ଚ୍ଚାରେ ରହିଥାନ୍ତି। ଏଥର ତାଙ୍କର ଏକ ନୂଆ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଧନଶ୍ରୀ କଣ୍ଠଶିଳ୍ପୀ ଟୋନି କକରଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିିଳିଛି।

ଭିଡିଓଟି ମୁମ୍ବାଇର ଏକ ଇଭେଣ୍ଟ୍‌ର। ଧନଶ୍ରୀ ଏହି ଇଭେଣ୍ଟ୍‌ରେ ଚକୋଲେଟ୍‌ ବ୍ରାଉନ୍‌ ରଂଗର ଏକ ଗାଉନ୍‌ ପିନ୍ଧି ପହଞ୍ଚିଥିଲେ। ନିକଟରେ ‘ଏଲ୍‌ଏସ୍‌ଡି-’  ଫିଲ୍ମର ଗୀତ ‘କମସିନ କଲି’ ରିଲିଜ୍‌ ହୋଇଛି। ଏଥିରେ ଧନଶ୍ରୀ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଏହି ଗୀତକୁ ଗାଇଛନ୍ତି ନେହା କକ୍କଡ ଓ ଟୋନି କକ୍କଡ।

ଧନଶ୍ରୀ ବର୍ମାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୬୧ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ଧନଶ୍ରୀ ବୃତ୍ତିରେ ଜଣେ କୋରିଓଗ୍ରାଫର୍‌। ୟୁଜଭେନ୍ଦ୍ର ଚହଲଙ୍କ କଥା କହିବା ତ ସେ ବର୍ତ୍ତମାନ ୨୦୨୪ ଆଇପିଏଲ୍‌ର ରାଜସ୍ଥାନ ରୟାଲରେ ଖେଳୁଛନ୍ତି।

ୟୁଜ‌ଭେନ୍ଦ୍ର ୨୦୨୪ ଆଇପିଏଲ୍‌ର ରାଜସ୍ଥାନ ରୟାଲରେ ୧୪ଟି ମ୍ୟାଚ୍‌ରେ ୨୧ଟି ୱିକେଟ୍‌ ନେଇସାରିଛନ୍ତି। ସେ ୨୦୨୩ ମସିହା ଅଗଷ୍ଟ ମାସ ପରଠାରୁ ଆଉ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି।

ଧନଶ୍ରୀ ନିଜ ଦୈନନ୍ଦିନ ଜୀବନର ଛୋଟମୋଟ କଥାରୁ ନେଇ, ତାଙ୍କ ନୃତ୍ୟ ଭିଡିଓ ଓ ସ୍ବାମୀଙ୍କ ସହ ବିତାଇଥିବା ଅନେକ ସ୍ବତନ୍ତ୍ର ମୁହୂର୍ତ୍ତର ଭିଡିଓକୁ ନିଜ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲରେ ଅପ୍‌ଲୋଡ୍‌ କରିଥାନ୍ତି। ତାଙ୍କୁ ପ୍ରଶଂସକଙ୍କ ନିକଟରୁ ଅସୁମାରୀ ଭଲପାଇବା ମିଳିଥାଏ।

ସେ ବୃତ୍ତିରେ ଜଣେ କୋରିଓଗ୍ରାଫର୍‌। ତାଙ୍କୁ ଅନେକ ଆଲ୍‌ବମ୍‌ରେ ବି ଦେଖିବାକୁ ମିଳିଛି। ସେ ଯେତେବେଳେ ସୋସିଆଲ୍‌ ମିଡିଆରେ କିଛି ନୃତ୍ୟ ଭିଡିଓ ସେୟାର୍‌ କରନ୍ତି ତ ତାହା କ୍ଷଣିକ ଭିତରେ ଭାଇରାଲ୍‌ ହୋଇଯାଏ। ସେ ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲଙ୍କୁ ବିବାହ କରିଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button