ମନୋରଞ୍ଜନ

ପୁରା ପରିବାର ସହିତ Dubai ଶିଫ୍ଟ ହେବାକୁ ଯାଉଛନ୍ତି Nawazuddin Siddiqui, ଭାରତ ଛାଡିବା ପଛରେ ରହିଛି ଏହି କାରଣ

ନମସ୍କାର ବନ୍ଧୁଗଣ ବଲିଉଡ ର ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତା ନବାଜୁଦିନ ସିଦିକି ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ସେ ନିଜର ସୁନ୍ଦର ଅଭିନୟ ଏବଂ ଅଲଗା ଅନ୍ଦାଜ ଯୋଗୁଁ ଲୋକପ୍ରିୟ ହୋଇ ପାରିଛନ୍ତି ।

ତାଙ୍କର ପ୍ରଥମ ସିନେମା ହେଉଛି ଶୁଲ ଏବଂ ସରଫରୋଷ ଭଳି ସିନେମା ରୁ ନିଜ କ୍ୟାରିଆର ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ବହୁତ ବଡ଼ ବଡ଼ ସିନେମା ରେ ସେ ମୁଖ୍ୟ ଅଭିନେତା ଭାବେ କାମ କରି ଆସୁଛନ୍ତି । ତେବେ ତାଙ୍କୁ ପିପିଲି ଲାଇବ, କହାନୀ,ଗଂ । ଗ୍ସ ଅଫ ବାସେପୁର,ଆଦି ସିନେମା ରୁ ସେ ପ୍ରସିଦ୍ଧି ପାଇଥିଲେ । ଲଗାତାର ସଙ୍ଘର୍ଷ ପରେ ବର୍ତ୍ତମାନ ସେ ଜଣେ ବଡ କଳାକାର ଭାବେ ପରିଚିତ ହୋଇ ପାରିଛନ୍ତି ।

ତେବେ ୨୦୨୦ ରେ ଖବର ଆସିଥିଲା କି ନବାଜ ଙ୍କ ସ୍ତ୍ରୀ ଆଲିଆ ତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ ଏବଂ ଏହା ସହ ସେ ଛାଡ଼ ପତ୍ର ମଧ୍ୟ ଚାହୁଁଥିଲେ କିନ୍ତୁ ପରେ ନବାଜ ନିଜ ବିବାହ କୁ ସୁଧାରିବା ପାଇଁ ଚେଷ୍ଟା କଲେ ଏବଂ ବର୍ତ୍ତମାନ ସବୁ କିଛି ଠିକ ଅଛି । କାରଣ ତାଙ୍କର ଦୁଇ ସନ୍ତାନ ଶୋରା ଏବଂ ୟାନି ଙ୍କ ପାଇଁ ଦୁଇ ଜଣଙ୍କ ଭିତରେ ବୁଝାମଣା ରହିବା ଆବଶ୍ୟକ ।

ଏହା ସହ ସବୁ ଠିକ ହେବା ପରେ ପୁରା ପରିବାର ବୁଲିବା ପାଇଁ ମଧ୍ୟ ଯାଇଥିଲା । ତେବେ ଖବର ଆସୁଛି କି ନବାଜ ଙ୍କ ପୁରା ପରିବାର ବର୍ତ୍ତମାନ ଦୁବାଇ କୁ ଯିବେ କାରଣ ସେଠାରେ ସେ ଦୁଇ ପିଲାଙ୍କ ର ଆଗକୁ ଥିବା ପାଠ ପଢା ପାଇଁ ସେଠାରେ ହିଁ ନାମ ଲେଖାଇଛନ୍ତି ।

ତେବେ ପ୍ରଥମେ ପିଲା ଙ୍କ ସହ କେବଳ ଆଲିଆ ଯିବାର ଥିଲା କିନ୍ତୁ ପରେ ସବୁ ଠିକ ହେବା ପରେ ବର୍ତ୍ତମାନ ପୁରା ପରିବାର ଯାଉଛନ୍ତି । ତେବେ ଦୁବାଇ ରେ କଣ ପାଇଁ ନାମ ଲେଖାଇବା ବିଷୟ ରେ ପ୍ରଶ୍ନ କରିବାରୁ ଆଲିଆ କହିଥିଲେ କି ତାଙ୍କ ପିଲାମାନେ ଅନଲାଇନ ପାଠ ପଢ଼ାରେ ଖୁସି ନାହାନ୍ତି କିମ୍ବା ମନ ମଧ୍ୟ ଲାଗୁ ନାହିଁ ତେଣୁ କକ୍ଷରେ ରେ ବସି ପାଠ ପଢିବା ବର୍ତ୍ତମାନ ଭାରତ ରେ ସମ୍ଭବ ନୁହେଁ ତେଣୁ ସେ ସେଠାକୁ ଯାଉଛନ୍ତି ।

ତେବେ ନବାଜ ପୁନଃ ଭାରତ ଫେରି ଆସିବେ ଏବଂ ଆଲିଆ ସେଠାରେ ରହିବେ ତା ସହ ସେଠାରେ ତାଙ୍କ ର ଜଣେ ଝିଆରୀ ଏବଂ ଜଣେ କେୟାର ଟେକର ଅଛି ଯାହା ଦ୍ୱାରା ସେ କୁଆଡେ ଗଲେ ନିଶ୍ଚିତ ରହିବେ । ତେବେ ନବାଜ ଭାରତ ଫେରି ନିଜର ହିରୋପନ୍ତି ୨ ର ସୁଟିଂ ପାଇଁ ଲଣ୍ଡନ ଯିବେ ଏବଂ ତାଙ୍କ ସହ ଟାଇଗର ଏବଂ ତାରା ମଧ୍ୟ ଯିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button