ଆଇପିଏଲ-୨୦୨୪: ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କଲା ହାଇଦ୍ରାବଦ – Kalinga News
[ad_1]
ହାଇଦ୍ରାବାଦ: ଆଇପିଏଲ-୨୦୨୪ର ୧୮ତମ ମ୍ୟାଚରେ ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ଦ୍ବିତୀୟ ପାଳିରେ ହାଇଦ୍ରାବଦ ୧୬୬ ରନ୍ର ଲକ୍ଷ୍ୟକୁ ପିଛା କରି ୧୮.୧ ଓଭରରେ ୪ ୱିକେଟ ହରାଇ ୧୬୬ ରନ୍ କରି ବିଜୟ ହୋଇଛି । ହାଇଦ୍ରାବାଦ ପକ୍ଷରୁ ଆଡେନ ମାର୍କ୍ରାମ ୫୦ ରନ୍ କରିଥିବାବେଳେ, ଟ୍ରାଭିସ୍ ହେଡ୍ ୩୧ ରନ୍ ଓ ଅଭିଷେକ ଶର୍ମାଙ୍କ ଦମ୍ଦାର ୧୨ ବଲରେ ୩୭ ରନ୍ କରି ହାଇଦ୍ରାବାଦକୁ ବିଜୟ ଦେଇଥିଲେ । ଅନ୍ୟପଟେ ଚେନ୍ନାଇ ପକ୍ଷରୁ ମୋଇନ୍ ଅଲି ୨ଟି ୱିକେଟ ନେଇଥିବା ବେଳେ ମହେଶ ଥିକଶାନା, ଦୀପକ ଚହର ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ହାଇଦ୍ରାବାଦ ୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକର ପଞ୍ଚମରେ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପାଳିରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ଚେନ୍ନାଇ ସୁପରକିଙ୍ଗସଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଥିବା ଚେନ୍ନାଇ ଏକ ଭଲ ଆରମ୍ଭ କରିଥିଲେ ବି ରାଚିନ ରବୀନ୍ଦ୍ର ମାତ୍ର ୧୨ ରନ କରି ଆଉଟ ହୋଇଥିଲେ । ଋତୁରାଜ ଗାୟକ୍ବାଡ୍ ୨୬ରନ ଓ ଆଜିଙ୍କ୍ୟ ରାହାଣେ ୩୫ରନ କରିଥିଲେ । ସେହିପରି ଶିବମ ଦୁବେ ୪୫ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ୩୧ରନ କରିଥିଲେ । ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୫ ରନ କରିଥିଲା । ଡାରିଲ ମିଚେଲ ୧୩ ରନ କରିଥିଲେ ଓ ଧୋନୀ ୧ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଟି.ନଟରାଜନ, ଭୁବନେଶ୍ବର କୁମାର, ପାଟ କମିନ୍ସ,,ଶେହବାଜ ଅହମ୍ମଦ ଓ ଜୟଦେବ ଉନାଡକଟ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
[ad_2]