ହସ୍ପିଟାଲ୍ର ଅବହେଳା ହେତୁ ବାହାରେ ପ୍ରସବ କଲେ ମହିଳା, ୩ ଡାକ୍ତର ନିଲମ୍ବିତ – Kalinga News

[ad_1]
ଜୟପୁର: ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାନଯିବାରୁ ମହିଳା ଜଣକ ଶିଶୁଟିକୁ ଡାକ୍ତରଖାନା ଫାଟକ ବାହାରେ ପ୍ରସବ କରାଇଥିବା ଜଣାପଡ଼ିଛି। ଏପରି ଏକ ବିରାଟ ଅବହେଳା ହେତୁ ରାଜସ୍ଥାନ ସରକାର ଗୁରୁବାର ଏକ ସରକାରୀ ଡାକ୍ତରଖାନାର ତିନିଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି।
ଡାକ୍ତରୀ ଶିକ୍ଷା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶୁଭ୍ରା ସିଂ କହିଛନ୍ତି ଯେ ଏହି ମାମଲା ସାମ୍ନାକୁ ଆସିବା ପରେ ବିଭାଗ ତୁରନ୍ତ ତଦନ୍ତ କମିଟି ଗଠନ କରିଛି। କମିଟିର ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାନୱାଟିଆ ହସ୍ପିଟାଲର ଡାକ୍ତର କୁସୁମ ସାଇନି, ନେହା ରାଜୱାଟ ଏବଂ ମନୋଜଙ୍କୁ ଗୁରୁତର ଅବହେଳା ହେତୁ ନିଲମ୍ବିତ କରାଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି। ଏହି ମାମଲାରେ କାନୱାଟିଆ ହସପିଟାଲର ଅଧୀକ୍ଷକ ଡ ରାଜ୍ ରାଜେନ୍ଦ୍ର ସିଂ ତନୱାରଙ୍କୁ ଏକକାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ଦିନ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନ ଥିବା ବେଳେ ଏହି ଘଟଣା ଘଟିଛି। ମହିଳା ଜଣକ ହସ୍ପିଟାଲର ବାହାରକୁ ଯିବାବେଳେ ପ୍ରସବ ବେଦନା ଅନୁଭବ କରିଥିଲେ ଏବଂ ଡାକ୍ତରଖାନାର ଫାଟକ ନିକଟରେ ଶିଶୁଟିକୁ ଜନ୍ମ ଦେବାକୁ ବାଧ୍ୟ ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି।
[ad_2]