ମନୋରଞ୍ଜନ

କିଙ୍ଗ୍‌ଖାନ୍‌ଙ୍କ ସହ ଆଦୌ ବି ମ୍ୟାଚ୍‌ ଦେଖିବା କଥା ନୁହେଁ: ଜୁହି – Kalinga News

[ad_1]

ମୁମ୍ବାଇ: ଜୁହି ଚାୱଲା ଓ ଶାହରୁଖ୍‌ ଖାନ୍‌ ଦୁହେଁ ଦୁହିଁଙ୍କ ସହ ଅନେକ ସିନେମାରେ ନଜର ଆସି ସାରିଛନ୍ତି। ବାସ୍ତବ ଜୀବନରେ ଏହି ଦୁଇ କଳାକାର ଖୁବ୍ ଭଲ ବନ୍ଧୁ ମଧ୍ୟ। ବନ୍ଧୁ ହେବା ସାଥେ ସାଥେ ଶାହରୁଖ୍‌ ଓ ଜୁହିଁ ଦୁହେଁ ବିଜିନେସ୍‌-ପାର୍ଟନର ବି। ସେ ଦୁହେଁ ଆଇପିଏଲ୍‌ ଟିମ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସ (‌କେକେଆର୍‌)ର ମାଲିକ ମଧ୍ୟ।

ଜୁହି ଓ ଶାହରୁଖ୍‌ଙ୍କୁ ଷ୍ଟାଡିୟମ୍‌ରେ ଅଧିକାଂଶ ସମୟରେ ନିଜ ଟିମ୍‌କୁ ଚିୟର୍‌-ଅପ୍‌ କରୁଥିବାର ଦେଖିବାକୁ ମିଳିଥାଏ। ହେଲେ ଏବେ ଜୁହି ଚାୱଲା ଶାହାରୁଖ୍‌ଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି କି କିଙ୍ଗ୍‌ ଖାନ୍‌ଙ୍କ ସହ ଆଦୌ ବି ମ୍ୟାଚ୍‌ ଦେଖିବା କଥା ନୁହେଁ। କାରଣ ସେ ଖେଳର ରାଗ ପାଖରେ ଥିବା ଲୋକଙ୍କ ଉପରେ ସାରନ୍ତି।

ଜୁହି ଆହୁରି ବି କହିଛନ୍ତି ଯେ ‘‘କେକେଆର୍‌ ଭଲ ପ୍ରଦର୍ଶନ ନକଲେ ଶାହରୁଖ୍‌ ରାଗି ଯାଇ ମୋ ଉପରେ ବିରକ୍ତ ହୁଅନ୍ତି। ମୁଁ ବି ରାଗିଯାଇ କହେ କି ସେ ଟିମ୍‌କୁ ଯାଇ କୁହନ୍ତୁ, ମୋତେ ନକହନ୍ତୁ। ‌ଏଥିପାଇଁ ଆମ ଭିତରେ କଥା କଟାକଟି ବି ହୋଇଯାଏ। ସେଥିପାଇଁ ମୁଁ ଭାବୁଛି ଆମେ ଦୁହେଁ ଦୁହିଁଙ୍କ ସହ ମ୍ୟାଚ୍‌ ଦେଖିବା କଥା ନୁ‌ହେଁ।’’

ବ୍ୟାଟର୍‌ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମ୍‌ଦାର ବୋଲିଂ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚଳିତ ଆଇପିଏଲ୍‌ରେ ବଡ଼ ବିଜୟ ପାଇଛି। ବିଶାଖାପାଟଣାର ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ବୁଧବାର କେକେଆର୍‌ ୧୦୬ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button