ସ୍ୱାସ୍ଥ୍ୟ

ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଲିଭର ବିନା ଜୀବନ ଅସମ୍ଭବ । ଲିଭର ଆମ ଶରୀରରେ ଅହରହ କାମ କରିଥାଏ । କିନ୍ତୁ ଆଜିକାଲିର ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକମାନେ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରତରେ ପ୍ରାୟ 30% ଲୋକ ଲିଭର ରୋଗରେ ପୀଡିତ ହେଉଛନ୍ତି ।

ସାଧାରଣତଃ ଯଦି ଅଧିକ ଚର୍ବି ଲିଭର ସେଲରେ ରହିବ ତା ହେଲେ ଫ୍ୟାଟି ଲିଭର ସମସ୍ୟା ହୋଇଥାଏ । ଫ୍ୟାଟି ଲିଭର ସମସ୍ୟା ଯେଉଁମାନେ ଅଧିକ ମାତ୍ରାରେ ମଦ୍ୟପାନ କରନ୍ତି ସେମାନଙ୍କ କ୍ଷେତ୍ରରେ ଫ୍ୟାଟି ଲିଭର ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ଛଡା ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପଣ ଓ ଅଧିକ ମେଡ଼ିସିନ ଖାଉଥିଲେ ଫ୍ୟାଟି ଲିଭର ସମସ୍ୟା ଦେଖା ଯାଇଥାଏ ।

ଲିଭର ଜନିତ ସମସ୍ୟା ହେଲେ କିଛି ଖାସ ଲକ୍ଷଣ ଶରୀରରେ ଦେଖା ଯାଇଥାଏ । ଏଭଳି କ୍ଷେତ୍ରରେ ଶରୀର ଦୁର୍ବଳ ଲାଗିବା ସହ ଡାହାଣ ପଟ ପେଟରେ ହାଲକା ଯନ୍ତ୍ରଣା ଅନୁଭବ ହୁଏ । ମଦ୍ୟପାନ କରୁଥିବା ଲିଭର ରୋଗର ଲକ୍ଷଣ ଗୁଡିକ ହେଉଛି ବାନ୍ତି ହେବା, ଭୋକ କମିଯିବା, ଜଣ୍ଡିସ ହେବା, ରକ୍ତ ବାନ୍ତି ହେବା ସହ କଳା ଝାଡା ହେବା ।

ଅନ୍ୟ କିଛି ବିଶେଷ କାରଣ ପାଇଁ ଲିଭର ରୋଗ ଦେଖା ଯାଇଥାଏ । ସେହି ସବୁ କାରଣ ଗୁଡିକ ହେଉଛି ଶୀଘ୍ର ଓଜନ ହ୍ରାସ ପାଇବା, ଡାକ୍ତରଙ୍କ ବୀନା ପରାମର୍ଶରେ ମେଡ଼ିସିନ ନେବା, ଅନେକ ସମୟରେ ଅପରେସନ ପରେ ଯକୃତରେ ଚର୍ବି ଜମା ହୁଏ ଓ ରକ୍ତରେ ଅଧିକ କୋଲେଷ୍ଟ୍ରୋଲ ଜମା ହେବା ଇତ୍ୟାଦି ।

ତେଣୁ ମଦ୍ୟପାନ ଜନିତ ଲିଭର ନ ହେବାର ଏକ ଉପାୟ ରହିଛି । ସେଥିପାଇଁ ମଦ୍ୟପାନ ଛାଡିବାକୁ ହେବ । ଫ୍ୟାଟି ଲିଭର ସମସ୍ୟା ହେବା ଆରମ୍ଭ ହେଲେ ଆପଣ ମଦ୍ୟପାନ ସେବନ ବନ୍ଦ କରି ଦେଲେ ଏହି ସବୁ ସମସ୍ୟା ଗୁଡିକ ଆଉ ଆଗକୁ ହେବ ନାହିଁ ।

ଯଦି ଲିଭର ଜନିତ କୌଣସି ସମସ୍ୟା ଆପଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଏହା ସହ ଖାଦ୍ୟପେୟ ଓ ଜୀବନଶୈଳୀରେ ଧ୍ୟାନ ଦିଅନ୍ତୁ । ଅଧିକ ତେଲ ଜାତୀୟ ଖାଦ୍ୟ ଖାଇବା ବନ୍ଦ କରନ୍ତୁ । ଶରୀରରେ ଅଧିକ ମୋଟାପଣ କମ୍ କରିବା ପାଇଁ ଯୋଗ ଓ ବ୍ୟାୟାମ ଅଭ୍ୟାସ କରନ୍ତୁ ।

ଏହା ସହ ଦିନକୁ 4 ରୁ 5 ଲିଟର ପାଣି ପିଅନ୍ତୁ । ଏହି ସବୁ କଥା ପ୍ରତି ଯଦି ଆପଣମାନେ ଧ୍ୟାନ ଦେବେ ତେବେ ଆପଣଙ୍କୁ କେବେ ବି ଲିଭର ଜନିତ ସମସ୍ୟା ହେବ ନାହିଁ । ଖାଦ୍ୟ ବାଣ୍ଟିବାବେଳେ ଲୋକମାନେ ସାଧାରଣତଃ ପରସ୍ପରର ଅଇଁଠା ଖାଆନ୍ତି । ଯଦି ଆପଣ ମଧ୍ୟ କାହାର ଅଇଁଠା ଖାଇବାକୁ ମୁକ୍ତ ମନେ କରନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ସତର୍କ ହେବା ଆବଶ୍ୟକ ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button