ସ୍ୱାସ୍ଥ୍ୟ

କେଶ ସମସ୍ୟା ଦୂର କରେ ନଡ଼ିଆ କ୍ଷୀର

ନଡ଼ିଆ ତେଲ ସମସ୍ତ ପ୍ରକାର କେଶ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ନଡ଼ିଆ କ୍ଷୀର ମଧ୍ୟ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ। ନଡିଆ କ୍ଷୀର କେଶର ଗଭୀରରୁ ପୋଷଣ ଯୋଗାଇଥାଏ। ଏହା କେଶ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବା ସହ ଶୁଷ୍କ ଏବଂ କ୍ଷତିଗ୍ରସ୍ତ କେଶରୁ ମୁକ୍ତି ଦିଏ। ନଡ଼ିଆ କ୍ଷୀର କେଶକୁ ନରମ ଏବଂ ମୋଟା କରିବାରେ ସାହାଯ୍ୟ କରେ। ମୁଣ୍ଡରେ କୁଣ୍ଡେଇ ହେବା ଏବଂ ଡ୍ରାଏନେସରୁ ମୁକ୍ତି ଯୋଗାଇବା ପାଇଁ ଏହାର ବ୍ୟବହାର ସର୍ବତ୍ତୋମ। ଆପଣ କେଶ ପାଇଁ ନଡ଼ିଆ କ୍ଷୀରକୁ ଅନେକ ଉପାୟରେ ବ୍ୟବହାର କରିପାରିବେ।

ନଡ଼ିଆ କ୍ଷୀର…
ଏକ ପାତ୍ରରେ ନଡ଼ିଆ କ୍ଷୀର ନିଅନ୍ତୁ। ଏହାକୁ ରାତିସାରା ଫ୍ରିଜରେ ରଖିଦିଅନ୍ତୁ। ପରଦିନ ସକାଳେ ଏହାକୁ ଫ୍ରିଜରୁ ବାହାର କରି ଓଦା କେଶରେ ଲଗାଇ ଘଣ୍ଟାଏ ପାଇଁ ଛାଡିଦିଅନ୍ତୁ। ଏହା ପରେ ସାଧାରଣ ସାମ୍ପୁରେ କେଶ ଧୋଇ ଦିଅନ୍ତୁ। ଆପଣ ଏହି ନଡ଼ିଆ କ୍ଷରକୁ ସପ୍ତାହକୁ ଥରେ କିମ୍ବା ଦୁଇଥର ବ୍ୟବହାର କରିପାରିବେ।

ନଡ଼ିଆ କ୍ଷୀର ଏବଂ ଚିଆ ସିଡ଼ସ ବ୍ୟବହାର କରନ୍ତୁ…
ଏକ ଚତୁର୍ଥାଂଶ କପ୍ ନଡ଼ିଆ କ୍ଷୀରରେ ଏକ ଚାମଚ ଚିଆ ମଞ୍ଜି ଭିଜେଇ ଦିଅନ୍ତୁ। ଏହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। କିଛି ସମୟ ପରେ ଏହି ମିଶ୍ରକୁ ନେଇ ମୁଣ୍ଡରେ ମାଲିସ୍ କରନ୍ତୁ ଏବଂ ୨୦ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଏହା ପରେ ସାମ୍ପୁରେ କେଶ ଧୋଇ ଦିଅନ୍ତୁ। ଆପଣ ଏହି ହେୟାର ମାସ୍କକୁ ସପ୍ତାହକୁ ଥରେ କିମ୍ବା ଦୁଇ ଥର ବ୍ୟବହାର କରିପାରିବେ।

ନଡ଼ିଆ କ୍ଷୀର ଏବଂ ମହୁ ହେୟାର ମାସ୍କ…
ଏହି ହେୟାର ମାସ୍କ ତିଆରି କରିବାକୁ ହେଲେ ପ୍ରଥମେ ଏକ ପାତ୍ରରେ ୬ ଟେବୁଲ୍ ଚାମଚ ନଡ଼ିଆ କ୍ଷୀର ନିଅନ୍ତୁ। ଏଥିରେ ୩ ଚାମଚ ମହୁ ମିଶାଇ ଭଲ ଭାବରେ ଫେଣ୍ଟନ୍ତୁ। ଏହି ମିଶ୍ରଣକୁ ସ୍କାଲପ୍ ଏବଂ କେଶରେ ଲଗାଇ ମସାଜ୍ କରନ୍ତୁ। ଆପଣ ଏହି ହେୟାର ମାସ୍କକୁ ସପ୍ତାହକୁ ଥରେ କିମ୍ବା ଦୁଇ ଥର ଲଗାଇ ପାରିବେ।

ନଡ଼ିଆ କ୍ଷୀର ଏବଂ ଅମୃତଭଣ୍ଡା ହେୟାର ମାସ୍କ…
ଅମୃତଭଣ୍ଡାକୁ ବ୍ୟବହାର କରି ହେୟାର ମାସ୍କ ପ୍ରସ୍ତୁତ କରିପାରିବେ। ପ୍ରଥମେ ଏକ ପାତ୍ରରେ ଖଣ୍ଡେ ପାଚିଲା ଅମୃତଭଣ୍ଡା ନେଇ ଭଲ ଭାବେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏଥିରେ ଅଧା କପ୍ ନଡ଼ିଆ କ୍ଷୀର ମିଶାଇ ଭଲ ଭାବେ ଫେଟି ଦିଅନ୍ତୁ। ଏକ ପେଷ୍ଟ ପ୍ରସ୍ତୁତ ହୋଇଯିବ। ଏହି ପେଷ୍ଟ ଆପଣ ନିଜ କେଶରେ ଲଗାଇ ୩୦ ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହା ପରେ ସାମାନ୍ୟ ସାମ୍ପୁରେ କେଶ ଧୋଇ ଦିଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button