ସ୍ୱାସ୍ଥ୍ୟ

ଅଧିକ ଅରୁଆ ଭାତ ଖାଉଥିଲେ ହୋଇପାରେ ଓଜନ ବୃଦ୍ଧି

ଯଦି ଆପଣ ଅଧିକ ଅରୁଆ ଭାତ ଖାଉଛନ୍ତି ତାହେଲେ ଯଥାଶୀଘ୍ର କମ୍ କରନ୍ତୁ କାରଣ ଆପଣଙ୍କ ଏହି ଅଭ୍ୟାସ ଅନେକ ରୋଗକୁ ଦିଏ ଆମନ୍ତ୍ରଣ। ହୃଦଘାତ ବିପଦ, ମଧୁମେହ ରୋଗୀଙ୍କ ପାଇଁ ଆଣିଥାଏ ଅନେକ ପାର୍ଶ୍ବ ପ୍ରତିକ୍ରିୟା। ଜାଣନ୍ତୁ କେଉଁ ରୋଗ ହେବାର ଆଶଙ୍କା ରହିଛି।

ହୃଦଘାତର ବିପଦ
ଭାତରେ ଆପଣଙ୍କ ଶରୀରକୁ ଯୋଗାଇବା ପାଇଁ କୌଣସି ଅତ୍ୟାବଶ୍ୟକ ପୋଷକ ତତ୍ତ୍ବ ନାହିଁ ତେଣୁ ଯଦି ଆପଣ ପ୍ରତିଦିନ ଭାତ ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ।

ଏକ ରିପୋର୍ଟ ଅନୁସାରେ ଅଧିକ ଅରୁଆ ଭାତ ଖାଇବା ଦ୍ବାରା ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ। ଆପଣ ଅରୁଆ ଭାତ ବ୍ୟବହାରକୁ କମ୍ କରନ୍ତୁ ନ ହେଲେ ଅନେକ ଖରାପ ପ୍ରଭାବର ସାମ୍ନା କରିପାରନ୍ତି।

ଶରୀରରେ ପୋଷକ ତତ୍ତ୍ବର ଅଭାବ
ଅଧିକ ଅରୁଆ ଭାତ ଖାଇବା ଦ୍ବାରା ପୁଷ୍ଟିକର ଅଭାବର ଶିକାର ହୋଇପାରନ୍ତି। ଆପଣଙ୍କ ସ୍ବାସ୍ଥ୍ୟ ସ୍ଥିତି ଏବଂ ଆପଣଙ୍କ ବୟସ ଉପରେ ନିର୍ଭର କରେ କି କଣ ଆପଣ ଖାଦ୍ୟରେ ଗ୍ରହଣ କରିବେ। ମୁଖ୍ୟତଃ ବିଭିନ୍ନ ପ୍ରକାରର ଫଳ,ପନିପରିବା ଏବଂ ପ୍ରୋଟିନ୍ ଅନ୍ତର୍ଭୁକ୍ତ କରିବା ଉଚିତ୍। ଅରୁଆ ଭାତ ଖାଇବା ବଦଳରେ ଆପଣ ଉଷୁନା ଭାତ ଖାଇବା ଲାଭପ୍ରଦ।

ମଧୁମେହ ରୋଗ ହେବାର ଆଶଙ୍କା
ଅରୁଆ ଭାତ ଖାଇବା ଦ୍ବାରା ମଧୁମେହ ହେବାର ଆଶଙ୍କା ଅଧିକ ଥାଏ। ତୁରନ୍ତ ଆପଣ ନିଜ ଖାଦ୍ୟ ତାଲିକାରେ ଅରୁଆ ଭାତକୁ ସାମିଲ ନ କରନ୍ତୁ।

ମେଟାବୋଲିକ୍ ସିଣ୍ତ୍ରୋମ ସମସ୍ୟା
ଅରୁଆ ଭାତ ଖାଇବା ଦ୍ୱାରା ମେଟାବୋଲିକ୍ ସିଣ୍ଡ୍ରୋମର ସମସ୍ୟା ମଧ୍ୟ ହୋଇପାରେ। ଚେଷ୍ଚା କରନ୍ତୁ ମାସକୁ ଥରେ ଅରୁଆ ଭାତ ଖାଇବାକୁ ଏହା ଦ୍ବାରା ଆପଣ ମେଟାବୋଲିକ୍ ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ।

ଓଜନ ବୃଦ୍ଧି
ଯଦି ଆପଣ ମୋଟାପଣ କାରଣରୁ ହଇରାଣ ହେଉଛନ୍ତି ତାହେଲେ ତୁରନ୍ତ ଆପଣ ଅରୁଆ ଭାତ ଖାଇବା ବନ୍ଦ କରନ୍ତୁ। କାରଣ ଅରୁଆ ଭାତରେଓଜନ ବୃଦ୍ଧି କରିବାର ସମ୍ଭାବନା ଅଧିକ ଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button