ରାଜନୀତି

ଭୋଟର୍‌ଙ୍କ ନଜରରେ ଶ୍ରୀଲିଙ୍ଗରାଜ ସ୍ବତନ୍ତ୍ର ଆଇନ: ଏବେଠାରୁ ଦୋଷ ଲଦାଲଦି ଆରମ୍ଭ – Kalinga News

[ad_1]

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରଶାସନ ଭଳି ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ ଲାଗୁ କରିବା ପାଇଁ ସେବାୟତ, ସ୍ଥାନୀୟ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ଭୁବନେଶ୍ବର ଓ ସମଗ୍ର ରାଜ୍ୟବାସୀ ଦଶନ୍ଧି ଦଶନ୍ଧି ଧରି ଦାବି କରୁଥିଲେ ହେଁ ଏଯାବତ୍‌ ଏହି ସ୍ବତନ୍ତ୍ର ଆଇନ ଲାଗୁ ହୋଇ ପାରିନାହିଁ। ଯେଉଁଥିପାଇଁ ମନ୍ଦିର ପରିଚାଳନାରେ ନାନା ସମସ୍ୟା ସୃଷ୍ଟି ହେଉଛି। ନିର୍ବାଚନ ପରେ ନିର୍ବାଚନ ଆସୁଛି, ପ୍ରତିଶ୍ରୁତି ବି ମିଳୁଛି। ହେଲେ ଆଇନ କାର୍ଯ୍ୟକାରୀ ହେଉନାହିଁ। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏହି କଥା ଉଠାଇ ଜନପ୍ରତିନିଧିଙ୍କୁ ଘେରିଛନ୍ତି କିଛି ସେବାୟତ। ଯାହା ଆଗାମୀ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି।

ଏକାଦଶ ଶତାବ୍ଦୀର ବିଶ୍ବପ୍ରସିଦ୍ଧ ଏହି ପୁରାତନ ମନ୍ଦିର ପରିଚାଳନା ପାଇଁ ୨୦୨୦ ଡିସେମ୍ବର ୨ ତାରିଖରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଘୋଷଣାର ୧୨ ଦିନ ପରେ ଏହି ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟ୍‌ ଅନୁମୋଦନ ମିଳି ଯାଇଥିଲା। ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାଲାଗି ସରକାର ଅଧ୍ୟାଦେଶ ଆଣିଲେ। ଏହାପରେ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଅଧ୍ୟାଦେଶକୁ ପଠାଇଲେ। ଏହାକୁ ତର୍ଜମା କରି ଅଧ୍ୟାଦେଶରେ ଏକ ଧାରା ଯୋଡ଼ିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଲେ। ୨୦୨୧ ନଭେମ୍ବର ୨୪ରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ମିଳିଥିଲା। ତେବେ ଏହାପରେ ମଧ୍ୟ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ। ସେଥିରେ କୁହାଯାଇଥିଲା ଯେ ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶ ବିଧାନସଭାର କ୍ଷମତା ପରିସରଭୁକ୍ତ ନୁହେଁ ଏବଂ ଏହା ‘ଆମ୍‌ସାର ଆଇନ’କୁ ବିରୋଧାଚରଣ କରୁଛି। ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେଇ ତୁରନ୍ତ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଯେଉଁ ସବୁ ଆପତ୍ତି ଉଠାଇଥିଲା, ତାହାର ସ୍ପଷ୍ଟୀକରଣ ଦିଆଯିବା ପରେ ମଧ୍ୟ କାହିଁକି ଆଇନକୁ ଅନୁମତି ମିଳୁନାହିଁ ବୋଲି ଏବେ ଏକାମ୍ର ଭୋଟର ପ୍ରଶ୍ନ ଉଠିଛି। ଗତ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ କାହିଁକି ସ୍ବତନ୍ତ୍ର ଆଇନ ଲାଗୁ ହେଲା ନାହିଁ ବୋଲି ସିଂହଦ୍ବାର ସମ୍ମୁଖରେ ସେବାୟତମାନେ ପ୍ରଶ୍ନ ପଚାରିଥିଲେ। ରାଜ୍ୟସଭାରେ ଲିଙ୍ଗରାଜ ଆଇନ ପାରିତ ହେଲା, କିନ୍ତୁ ଲୋକସଭାରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବିରୋଧ କରିବାରୁ ଆଇନ ଲାଗୁ ହୋଇ ପାରିନାହିଁ ବୋଲି ସିଧାସଳଖ ଅଭିଯୋଗ ଆଣି‌ଲେ। ହେଲେ ଶ୍ରୀ ପ୍ରଧାନ କିଛି ଉତ୍ତର ନଦେଇ ଚାଲି ଯାଇଥିଲେ।

ଏହାର ଜବାବ୍‌ ରଖି ପ୍ରସଙ୍ଗର ସାଂସଦ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ମୁଁ ସେବାୟତ ବନ୍ଧୁମାନଙ୍କର ବହୁତ ଆଶୀର୍ବାଦ ପାଇଛି। କିଏ କ’ଣ କହିଛନ୍ତି ମୁଁ ଜାଣି ନାହିଁ। ମୋର କାର୍ଯ୍ୟାଳୟ ଏଇଠୁ ୫୦୦ ମିଟର ଦୂରରେ ମୁଁ ଆମନ୍ତ୍ରିତ କରୁଛି, ଯାହାକୁ ଯାହା କହିବାକୁ ଅଛି ଲିଖିତ ଆବେଦନ କରନ୍ତୁ ନିଶ୍ଚିତ ଭାବରେ ସମୀକ୍ଷା କରାଯିବ। ସେବାୟତମାନଙ୍କର ସର୍ବାଙ୍ଗୀନ ଉନ୍ନତି ହେଉ, ଲିଙ୍ଗରାଜ ମନ୍ଦିର ବହୁତ ସୁନ୍ଦର ହେଉ ଏଦିଗରେ ଯାହା କରିବାର ଅଛି ଆପ୍ରାଣ ଉଦ୍ୟମ କରିବି ବୋଲି ସେ କହିଛନ୍ତି। ଏହାପରେ ସେବାୟତ ରାଜ କିଶୋର ମହାପାତ୍ର ଉତ୍ତର ଦେଇ କହିଛନ୍ତି, ସେବାୟତ ଦୁଃଖ ସେବା କରୁଥିବା ବ୍ୟକ୍ତି ବୁଝିପାରିବ। ସେବା କରି ନଥିବା ସାଂସଦ ବୁଝି ପାରିବେ ନାହିଁ। ସେ ଲୋକପ୍ରତିନିଧି ଲୋକଙ୍କ ପାଖକୁ ଆସନ୍ତୁ। ଆମେ କାହିଁକି ଯିବୁ ? କରୋନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୫୦୦ ଟଙ୍କା ସେବାୟତଙ୍କୁ ମିଳିଥିଲା। ସେତେବେଳେ ଆଡ଼ ଆଖିରେ ଚାହିଁଲେନି। ଗତ ଶିବରାତ୍ରୀରେ ଭଜନ ମଣ୍ଡପ ଆସିଲେ କିନ୍ତୁ ମନ୍ଦିର ଆସିଲେନି। ‌ଆମ ପ୍ରତି ଏତେ ଘୃଣା ଭାବ କାହିଁକି?



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button