ଦେଶ- ବିଦେଶ

ବାରମତୀରେ ‘ପାୱାର’ ଯୁଦ୍ଧ: ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ବନାମ ଶରଦ ପାୱାରଙ୍କ ଝିଅ ସୁପ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ : ମହାରାଷ୍ଟ୍ରର ବାରମତୀ ଆସନରେ ‘ପାୱାର’ ଯୁଦ୍ଧ ହେବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ଶନିବାର ଦିନ ସୁନେତ୍ରା ପାୱାରଙ୍କୁ ବାରମତୀ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଏହାଦ୍ବାରା ପାୱାର ପରିବାରରେ ସିଧାସଳଖ ଲଢ଼େଇ ହେବ। ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଅଜିତ ପାୱାରଙ୍କ କାକାଙ୍କ ଝିଅ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ଏହି ଆସନରେ ନିର୍ବାଚନ ଲଢ଼ିବେ। ବାରମତୀରୁ ନିଜର ପ୍ରାର୍ଥିତ୍ବ ସଂକ୍ରାନ୍ତରେ ଟିପ୍ପଣୀ ରଖି ସୁନେତ୍ରା ପାୱାର କହିଛନ୍ତି, ଆଜି ମୋ ପାଇଁ ସବୁଠାରୁ ବଡ଼ ଦିନ। ମୋ ଉପରେ ବିଶ୍ବାସ ରଖିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ , ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏନସିପି ନେତା ସୁନିଲ ତତକରେ ସୁନେତ୍ରା ପାୱାରଙ୍କୁ ବାରମତୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯାଇଥିବା ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଜି ଦିନରେ ଏନସିପି (ଶରଦ ପାୱାର)୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏହି ତାଲିକାରେ ଏନସିପି ସୁପ୍ରିୟା ସୁଲେଙ୍କୁ ପୁଣିଥରେ ବାରମତୀ ଆସନରୁ ପ୍ରାର୍ଥୀ କରିଥିବା ଘୋଷଣା କରିଛି। ଦଳ ଆଜି ୫ଟି ଆସନ ତଥା ୱାର୍ଦ୍ଧା, ଦିନ୍ଦୋରି, ବାରମତୀ, ଶିରୁର ଏବଂ ଅହମଦନଗରରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ବାରମତୀ ଆସନ ପାୱାର ପରିବାର ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏନସିପି ଦୁଇ ଫାଳ ହୋଇଯିବାପରେ ଏହି ଆସନକୁ ନେଇ ଏବେ ପରିବାର ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ୫୫ରୁ ଊର୍ଦ୍ଧ୍ବ ବର୍ଷ ଧରି ବାରମତୀ ଲୋକସଭା ଆସନ ପାୱାର ପରିବାର ଦଖଲରେ ରହିଆସିଛି। ଶରଦ ପାୱାର ବାରମତୀ ଆସନରୁ ୧୯୬୭ ମସିହାରୁ ବିଧାନସଭା ନିର୍ବାଚନ ଜିତି ଆସିଛନ୍ତି। ସେ ୧୯୭୨, ୧୯୭୮, ୧୯୮୦, ୧୯୮୫ ଏବଂ ୧୯୯୦ରେ ମଧ୍ୟ ଏହି ଆସନରେ ଜିତିଥିରଲେ। ପରେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏହି ଆସନରୁ ନିର୍ବାଚନ ଲଢ଼ିଲେ ଏବଂ ସେ ମଧ୍ୟ ୨୦୦୮ରୁ ଉକ୍ତ ଆସନରୁ ପ୍ରତିନିଧିତ୍ବ କରି ଆସୁଛନ୍ତି। ତେବେ ପ୍ରଥମ ଥର ପାଇଁ ପାୱାର ପରିବାରରେ ଏହି ବାରମତୀ ଆସନକୁ ନେଇ ନଣନ୍ଦ ଏବଂ ଭାଉଜଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଉକ୍ତ ଆସନରେ କିଏ ଜିତିବ ତା ଉପରେ ସମସ୍ତଙ୍କ ନଜର ରହିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button