ମନୋରଞ୍ଜନ
‘ପାବାର୍’ର ସୁଟିଂ ଶେଷ – Kalinga News

[ad_1]
୨୦୨୪ର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା ‘ପାବାର୍’ର ସୁଟିଂ ଶେଷ ହୋଇଛି। ଫିଲ୍ମର ସୁଟିଂ ପ୍ରଥମେ ଫୁଲବାଣୀରେ କରାଯାଇଥିଲା। ପରେ ଏହାର ଅବଶିଷ୍ଟ ସୁଟିଂ କଟକରେ କରାଯାଇଛି। ତୃପ୍ତି ଶତପଥୀ ପ୍ରଯୋଜିତ ‘ପାବାର୍’ରେ ବାବୁସାନ୍, ଏଲିନା, କେକେ ଓ ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
‘ପାବାର୍’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଅମିତ କୁମାର ଦାସ ଓ ପ୍ରଣବ ପ୍ରସନ୍ନ ରଥ। ସମ୍ବିତ ଜେନା ଏହି ସିନେମାର ଲାଇନ୍ ପ୍ରଡ୍ୟୁସର୍ ଏବଂ ଗୌରବ ଆନନ୍ଦ ସଙ୍ଗୀତକାର। ‘ପାବାର୍’ର କଥାବସ୍ତୁ ରାଜନୈତିକ ବ୍ୟଙ୍ଗଧର୍ମୀ। ଫିଲ୍ମଟି ରଜ ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
[ad_2]