କୋଲ୍କାତାର ବେଙ୍ଗାଲୁରୁ ବିଜୟ ଜାରି: କୋହଲି ଛକାମାଷ୍ଟର୍, ନାରାୟଣଙ୍କ ୫୦୦ – Kalinga News
[ad_1]
ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ରେ ଆର୍ସିବି ପ୍ରଥମ ଦଳ ଭାବେ ଘରୋଇ ମ୍ୟାଚ୍ରେ ପରାଜିତ ହୋଇଛି। ଶୁକ୍ରବାର କେକେଆର୍ ୭ ୱିକେଟ୍ରେ ଆର୍ସିବିକୁ ପରାସ୍ତ କରିଛି। ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରି କେକେଆର୍ ଆରମ୍ଭରୁ ସ୍କୋରବୋର୍ଡକୁ ବ୍ୟସ୍ତ ରଖିଥିଲା। ଫିଲ୍ ସଲ୍ଟ ଓ ସୁନୀଲ ନାରାୟଣ ପାୱାର ପ୍ଲେ’ରୁ ୮୫ ରନ୍ ସଂଗ୍ରହ କରିଥିଲେ। ଅର୍ଦ୍ଧଶତକଠୁ ୩ ରନ୍ ଦୂରରେ ଥିବା ବେଳେ ନାରାୟଣ ଏବଂ ଗୋଟିଏ ଓଭର ବ୍ୟବଧାନରେ ସଲ୍ଟ ଆଉଟ୍ ହୋଇଥିଲେ। କିନ୍ତୁ ଏହା ରନ୍ରେଟ୍ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ଭେଙ୍କଟେଶ ଆୟର ଓ ଶ୍ରେୟସ ଆୟର ବିସ୍ଫୋରକ ବ୍ୟାଟିଂ ଜାରି ରଖି ୧୪ ଓଭର ବେଳକୁ ଦଳର ସ୍କୋର୍କୁ ୧୫୦ ଅତିକ୍ରମ କରାଇଥିଲେ। ଭେଙ୍କଟେଶ ୨୯ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇବା ପରେ ଆଉଟ୍ ହୋଇଥିଲେ। ଭେଙ୍କଟେଶଙ୍କ କ୍ୟାଚ୍ ନେଇ କୋହଲି ଆଇପିଏଲ୍ରେ ସର୍ବାଧିକ କ୍ୟାଚ୍ ନେବାରେ ସୁରେଶ ରାଇନା (୧୦୯) ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଆୟର ଯୋଡ଼ି ୪୪ ବଲ୍ରୁ ୭୫ ରନ୍ର ଭାଗୀଦାରି କରି କେକେଆର୍ ବିଜୟ ନିଶ୍ଚିତ କରାଇଥିଲେ। ଶ୍ରେୟସ (୩୯*) ଛକା ମାରି ୧୬.୫ ଓଭରରେ ମ୍ୟାଚ୍ ଶେଷ କରିଥିଲେ। ଏଥି ସହିତ ଆର୍ସିବି ବିପକ୍ଷରେ ଚିନ୍ନାସ୍ବାମୀରେ ୨୦୧୫ ମସିହା ପରେ କେକେଆର୍ ଅପରାଜିତ (୬-୦) ରହିବା ଧାରାକୁ ଆଗକୁ ନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ମ୍ୟାଚ୍ରେ ବିରାଟ କୋହଲିଙ୍କ ରକ୍ଷଣାତ୍ମକ ୮୩* ରନ୍ (୫୯) ପାଳି ମଧ୍ୟରେ କୋହଲି ୪ ଲେଖାଏଁ ଛକା ଓ ଚୌକା ମାରିଥିଲେ। ଫଳରେ ଆର୍ସିବି ପାଇଁ ସର୍ବାଧିକ ଛକା ମାରିବାରେ କ୍ରିସ୍ ଗେଲ୍ (୨୩୯) ଙ୍କୁ ପଛରେ ପକାଇଛନ୍ତି କୋହଲି (୨୪୦)। ଏହି ତାଲିକାରେ ଏବି ଡିଭିଲିୟର୍ସ (୨୩୮), ଗ୍ଲେନ୍ ମ୍ୟାକ୍ସୱେଲ୍ (୬୭) ଓ ଫାଫ୍ ଡୁପ୍ଲେସିସ୍ (୫୦) ଶୀର୍ଷ ୫ ଜଣଙ୍କ ମଧ୍ୟରେ ଅଛନ୍ତି। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କ୍ଷେତ୍ରରକ୍ଷଣ କରିଥିଲା। ଦ୍ବିତୀୟ ଓଭରରେ ଫାଫ୍ ଆଉଟ୍ ହୋଇଯିବାରୁ କାମେରୁନ ଗ୍ରିନ୍ (୩୩) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୨୮)ଙ୍କ ସହ କୋହଲି ୬୫ ଓ ୪୨ ରନ୍ର ଦୁଇଟି ଭାଗୀଦାରି ଗଢି ଦଳକୁ ସମ୍ମାନଜନକ ସ୍ଥାନରେ ପହଞ୍ଚାଇଥିଲେ। ରଜତ ପାଟିଦାର (୩) ଓ ଅନୁଜ ରାୱତ (୩) କମ୍ ରନ୍ ବ୍ୟବଧାନରେ ଆଉଟ୍ ହୋଇଥିଲେ। ଅଷ୍ଟାଦଶ ଓଭରରେ ଆସିଥିବା ଦୀନେଶ କାର୍ତ୍ତିକ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହ କୋହଲିଙ୍କ ସହ ମିଶି ଦଳକୁ ୧୮୨/୬ରେ ପହଞ୍ଚାଇଥିଲେ। କାର୍ତ୍ତିକ ୮ବଲରୁ ୨୦ ରନ୍ ସଂଗ୍ରହ କରିବା ପରେ ଶେଷ ବଲ୍ରେ ରନ୍ଆଉଟ୍ ହୋଇଥିଲେ। କୋହଲି ୫୦ ରନ୍ କରିବାକୁ ୩୬ ରନ୍ର ସହାୟତା ନେଇଥିଲା ବେଳେ ପରବର୍ତ୍ତୀ ୩୩ ରନ୍ ପାଇଁ ୨୩ ବଲ୍ ଖେଳିଥିଲେ। ୫୦୦ତମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ସୁନୀଲ ନାରାୟଣ ଗୋଟିଏ ୱିକେଟ୍ ନେଇଥିଲେ ମଧ୍ୟ ବ୍ୟାଟିଂ ବେଳେ ୨୨ବଲ୍ରୁ ୪୭ ରନ୍ କରି କେକେଆର୍କୁ ଭଲ ଆରମ୍ଭ ଦେଇଥିଲେ। ପୂର୍ବରୁ ୫୦୦ ମ୍ୟାଚ୍ କ୍ଲବ୍ରେ କିରଣ ପୋଲାର୍ଡ (୬୬୦), ଡ୍ବେନ ବ୍ରାଭୋ (୫୭୦), ସୋଏବ ମଲ୍ଲିକ (୫୪୨) ଥିଲେ। ଆନ୍ଦ୍ରେ ରସେଲ ୪୮୪* ଏହି କ୍ଲବ୍ରେ ଖୁବ୍ ଶୀଘ୍ର ଯୋଡ଼ିହେବା ସମ୍ଭାବନା ରହିଛି।
ସଂକ୍ଷିପ୍ତ ସ୍କୋର: ଆର୍ସିବି ୨୦ ଓଭରରେ ୧୮୪/୬ (ବିରାଟ କୋହଲି-୮୩*, କାମେରୁନ୍ ଗ୍ରିନ୍-୩୩, ଗ୍ଲେନ୍ ମ୍ୟାକ୍ସୱେଲ-୨୮, ଦିନେଶ କାର୍ତ୍ତିକ-୨୦*, ଆନ୍ଦ୍ରେ ରସେଲ-୨/୨୯, ହର୍ଷିତ ରାଣା-୨/୩୯, ସୁନୀଲ ନାରାୟଣ-୧/୪୦)। କେକେଆର୍ ୧୬.୫ ଓଭରରେ ୧୮୬/୩ (ଭେଙ୍କଟେଶ ଆୟର-୫୦, ସୁନୀଲ ନାରାୟଣ-୪୭, ଫିଲ୍ ସଲ୍ଟ-୩୦, ଶ୍ରେୟସ ଆୟର-୩୯*, ରିଙ୍କୁ ସିଂହ-୫*, ବିଜୟ ବୈଶାଖ-୧/୨୩, ମୟଙ୍କ ଡଗର-୧/୨୩, ୟଶ ଦୟାଲ-୧/୪୬)।
[ad_2]