ରାଜନୀତି

ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ, ମା’ ସମଲେଇଙ୍କୁ ଦର୍ଶନ କଲେ – Kalinga News

[ad_1]

ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡି ବବି ଦାସଙ୍କୁ ପ୍ରାର୍ଥୀ କରିବା ପରେ ଆଜି  ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁରରେ ପହଞ୍ଚିଛନ୍ତି। ସମର୍ଥକଙ୍କ ସହ ଯାଇ ସେଠାରେ ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ସମ୍ବଲପୁରବାସୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଭାବବିହ୍ୱଳ ହୋଇଛନ୍ତି ।

ପ୍ରଣବ କହିଛନ୍ତି, ସମ୍ବଲପୁର ମାଟି ସହ ତାଙ୍କ ପରିବାରର ୬୦ ବର୍ଷର ସମ୍ପର୍କ। ଏ ମାଟି ସହ ତାଙ୍କ ବାପାଙ୍କର ସୁସମ୍ପର୍କ ରହିଥିଲା। ଏଠି ପହଞ୍ଚିଲା ପରେ ଏଠିକାର ଲୋକଙ୍କ ସମର୍ଥନ ଓ ସ୍ନେହ ଦେଖିବା ପରେ ମୁଁ ଆନନ୍ଦିତ। ସମ୍ବଲପୁର ଯାଇ ନିଜ ଘରେ ଛିଡ଼ା ହେବା ପରି ଲାଗୁଛି । ତେବେ ସମ୍ବଲପୁରକୁ ଉନ୍ନତିର ଶିଖରକୁ ନେବା ସହ ଏହାର ରୂପାନ୍ତରୀକରଣ ପାଇଁ ତାଙ୍କୁ ଏଠାରେ ପ୍ରାର୍ଥୀ ବିବେଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁରବାସୀଙ୍କ ଉପରେ ସେ ଭରସା କରିଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି ତାଙ୍କର ଦୃଢ ବିଶ୍ୱାସ ।

ଏଥର ସମ୍ବଲପୁରରେ ହେବ ଜୋରଦାର ଲଢେଇ । କାରଣ ଏଠାରେ ବିଜେପିର ସାଂସଦ ଟିକେଟ ପାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥର ବିଜେଡି ମଧ୍ୟ ଏହି ସମ୍ବଲପୁରରୁ ପ୍ରଣବଙ୍କୁ ସାଂସଦ ଟିକେଟ ଦେଇଥିବାରୁ ଏହି ଆସନ ଉପରେ ରାଜ୍ୟବାସୀଙ୍କ ନଜର ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button