ବିବାହ ଖବରକୁ ଆହୁରି ଦୃଢ଼ କଲା ତାପସୀଙ୍କ ମଥାରେ ଲାଗିଥିବା ନାଲି ରଂଗ – Kalinga News

[ad_1]
ମୁମ୍ବାଇ: ହୋଲି ସହ ସୋମବାର ଦିନ ତାପସୀ ପନ୍ନୁ ଏବଂ ତାଙ୍କର ଦୀର୍ଘ ଦିନର ପ୍ରେମିକ ମେଥିଆସ୍ ବୋଙ୍କ ଉଦୟପୁରରେ ବିବାହ ଖବର ବିଷୟରେ ଅନେକ ଆଲୋଚନା ହୋଇଥିଲା। ବିବାହ ଖବର ମଧ୍ୟରେ ହୋଲି ଖେଳର ଏକ ଚିତ୍ର ମଧ୍ୟ ଆସିଥିଲା, ଯେଉଁଥିରେ ଉଭୟ ଏକାଠି ଦେଖାଯାଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଫଟୋରେ ତାପସୀଙ୍କ ମଥାରେ ସିନ୍ଦୂର ଲାଗିଥିବାର ଦେଖିବାକୁ ମିଳିଛି। ଯାହା ସେ ଦୁହିଁଙ୍କ ବିବାହ ଖବରକୁ ଆହୁରି ନିଶ୍ଚିତ କରିଛି। ତାପସୀ ପନ୍ନୁଙ୍କ ସହ ଦେଖାଯାଇଥିବା ଅଭିଲାଶ ଥାପଲିୟାଲ ମାର୍ଚ୍ଚ ୨୫ରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହୋଲିର ଏକ ଚିତ୍ର ସେୟାର କରିଥିଲେ। ତାଙ୍କ ବ୍ୟତୀତ ତାପସୀ, ମାଥିଆସ୍ ବୋ ଏବଂ ଅନ୍ୟ କିଛି ବନ୍ଧୁ ମଧ୍ୟ ଚିତ୍ରରେ ନଜର ଆସିଛନ୍ତି।
ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ଖବର ଚର୍ଚ୍ଚାର ରହିଥିଲା। ତେବେ ନିଜର ବିବାହ ପ୍ରସଙ୍ଗରେ ତାପସୀ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିଲେ। କିିଛି ଦିନ ତଳେ ଖବଳ ମିଳିଥିଲା ଯେ ତାପସୀ ପନ୍ନୁ ୧୦ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ଲୁଚିଲୁଚି ବିବାହ କରିଛନ୍ତି। ଅଭିନେତ୍ରୀ ତାଙ୍କ ବ୍ୟାଡମଂଟନ ଖେଳାଳି ବନ୍ଧୁ ମାଥିଏସ ବୋଏଙ୍କ ସହିତ ମାର୍ଚ୍ଚ ୨୩ରେ ଉଦୟପୁରରେ ପରିବାରଲୋକଙ୍କ ଉପସ୍ଥିତିରେ ବିବାହବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ ଶିଖ ଓ ଈଶାଇ ଶୈଳୀରେ ଅତି ସାଧାରଣ ଭାବେ ଅଭିନେତ୍ରୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା।
[ad_2]