ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ କେଜ୍ରିୱାଲ – Kalinga News
[ad_1]
ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ହାଜତରେ ରହିବେ। ଇଡି ଆଜି ରୋଜ୍ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କୁ ହାଜର କରାଇଥିଲା ଏବଂ କେଜ୍ରିୱାଲଙ୍କୁ ୧୦ ଦିନ ରିମା:ଣ୍ଡରେ ନେବାପାଇଁ ଚାହିଥିଲା। କିନ୍ତୁ କୋର୍ଟ କେଜ୍ରିୱାଲଙ୍କୁ ୬ ଦିନ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି। ଆପ୍ ସୁପ୍ରିମୋ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ। ମାର୍ଚ୍ଚ ୨୮ ତାରିଖ ଅପରାହ୍ନ ୨ଟାରେ କେଜ୍ରିୱାଲଙ୍କୁ ପୁଣିଥରେ କୋର୍ଟରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ତାଙ୍କ ଗିରଫ ବିରୋଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନ ପ୍ରତ୍ୟାହାର କରିବାପରେ ଆଜି ତାଙ୍କୁ ଟ୍ରାଏଲକୋର୍ଟରେ ହାଜର କରାଯାଇଥିଲା। କେଜ୍ରିୱାଲ ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବାପାଇଁ ‘ସାଉଥ ଗ୍ରୁପ୍’ଠାରୁ କୋଟି କୋଟି ଟଙ୍କାର ଲାଞ୍ଚ ନେଇଥିଲେ ବୋଲି ଇଡି ଆଜି କୋର୍ଟରେ ଅଭିଯୋଗ କରିଥିଲା।
[ad_2]