ଜ୍ୟୋତିଷ

କଣ ଆପଣଙ୍କ ଘରେ ବି ଅଛି ଶମୀ ଗଛ, ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆପଣ ଜାଣନ୍ତି କି ଯଦି ଆପଣ ଘରେ ସମି ବୃକ୍ଷ ଲଗାଇଥାନ୍ତି, ତେବେ ହୁଏତ ଆପଣ ରାତାରାତି ମାଲାମାଲ ହୋଇ ପାରନ୍ତି କିମ୍ବା ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ମଧ୍ୟ ହୋଇପାରେ । ହିନ୍ଦୁ ଧର୍ମାନୁସାରେ ଘରେ ବୃକ୍ଷ ଲଗାଇବାର ମଧ୍ୟ ବିଭିନ୍ନ ମହାତ୍ବ ରହିଛି । ଘରେ ପବିତ୍ର ବୃକ୍ଷ ଲଗାଇଲେ ଘରେ ସୁଖ ଶାନ୍ତି ସଦା ବଜାୟ ମାନ ରହିଥାଏ । ସମସ୍ତ ଦେବା ଦେବୀ ଙ୍କର ମଧ୍ୟ ଅପାର କୃପା ପ୍ରାପ୍ତ ହୋଇଥାଏ । ସମି ବୃକ୍ଷ ସେହିପରି ଏକ ପବିତ୍ର ବୃକ୍ଷ ।

ଯାହାକୁ ଘରେ ଲଗାଇବା ଦ୍ଵାରା ଘରେ ସୁଖ ଶାନ୍ତି ସହ ଘର ପାଇଁ ଧନର ମାର୍ଗ ମଧ୍ୟ ଖୋଲି ଯାଇଥାଏ । ତାହା ଛଡା ଶନି ଦେବ ଙ୍କର ମଧ୍ୟ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଶନି ଦେବ ଙ୍କୁ ନ୍ୟାୟ ର ଦେବତା ଓ କର୍ମର ଫଳଦାତା ବୋଲି କୁହଯାଇଥାଏ । ସମି ଗଛ ଘରେ ଲଗାଇଲେ ଶନି ଦେବ ଖୁସି ହେବା ସହ ଯଦି ଆପଣ କିଛି ଭୁଲ କରନ୍ତି ତେବେ ଆପଣଙ୍କୁ ଶନି ଦେବ ଙ୍କର କ୍ରୋଧ ର ସାମ୍ନା ମଧ୍ୟ କରିବାକୁ ପଡିଥାଏ ।

ଯାହା ଫଳ ରେ ଆପଣ ଙ୍କୁ ଦରିଦ୍ରତା ର ଦୁଃଖ ଭୋଗ କରିବାକୁ ପଡିଥାଏ । ବାସ୍ତୁଶାସ୍ତ୍ର ହିସାବରେ ଯଦି ଆପଣଙ୍କ ଘରେ ସମି ଗଛ ଅଛି, ତେବେ ଆପଣ ନିୟମିତ ପ୍ରତିଦିନ ସମି ଗଛ ମୂଳରେ ସୋରିଷ ତେଲର ଦୀପ ନିଶ୍ଚିତ ଜାଳନ୍ତୁ,  ଯଦି ଆପଙ୍କ ଘରେ ସମି ଗଛ ଥାଏ, ତେବେ ଆପଣଙ୍କ ଘରେ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ ।

ସମି ଗଛ ର ବିଶେଷ ପୂଜା କଲେ ଶତ୍ରୁ ଭୟ ନାସ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ଘରେ ସମି ଗଛ ଉଚିତ ଦିଗ ରେ ଅଥବା କୌଣସି ଭଲ ସ୍ଥାନ ରେ ନ ଲଗାଇଥାନ୍ତି, ତେବେ ଘରେ ଦରିଦ୍ରତା ପ୍ରବେଶ କରିଥାଏ । ତାହା ଛଡା ଏହି ଗଛ କୁ କଦାପି କୌଣସି ନାଳ କିମ୍ବା ଅପରିଷ୍କାର ସ୍ଥାନରେ ନ ଲଗାଇ ସଫା ସ୍ଥାନରେ ଗୋବର କିମ୍ବା କମ୍ପୋଷ୍ଟ ର ବ୍ୟବହାର ଦ୍ଵାରା ଲଗାନ୍ତୁ ତାହା ସହ ଏହାର ନିୟମିତ ଯତ୍ନ ମଧ୍ୟ ନିଅନ୍ତୁ । ନଚେତ ଆପଣ ଶନି ଦେବ ଙ୍କର କୁ ଦ୍ରୁଷ୍ଟି ର ଶିକାର ହେଇ ପାରିବେ ।

ବନ୍ଧୁଗଣ ସମି ଗଛ ଆପଣ ଆପଣଙ୍କର ବଗିଚା ରେ ଲଗାଇ ପାରିବେ କିମ୍ବା ଛାତ ରେ ମଧ୍ୟ ଲଗାଇ ପାରିବେ । ବନ୍ଧୁଗଣ ଏହି ବୃକ୍ଷ କୁ ଆପଣ ଏହିପରି ସ୍ଥାନ ରେ ଲଗାନ୍ତୁ ଯେପରି ଆପଣ ଘରୁ ବାହାରିବା ସମୟରେ ଆପଣଙ୍କ ଦକ୍ଷିଣ ପାର୍ଶ୍ଵ ରେ ରହିବ ଏବ॰ ଆପଣଙ୍କ ଦ୍ରୁଷ୍ଟି ରେ ମଧ୍ୟ ପଡୁଥିବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button