ବାସି ରୁଟି ଖାଇବା ଦ୍ୱାରା ଶରୀରରୁ ଏହି ରୋଗ ଦୂର ହୋଇଥାଏ

ଯେତେବେଳେ ବି ଆମେ କିଛି ସ୍ୱାଦିଷ୍ଟ ଖାଇବା ବିଷୟରେ କଥାବାର୍ତ୍ତା କରୁ, ଆମ ପାଟିରେ ପାଣି ଆସିଯାଇଥାଏ l କିନ୍ତୁ ଅନେକ ଜିନିଷ ଆମେ ଆଉ କାହା ପାଖରୁ ଶୁଣିବା କିମ୍ବା ଦେଖିବା ପରେ ଖାଇଥାଉ l ସେଥିମଧ୍ୟରୁ ଗୋଟିଏ ହେଉଛି ବାସି ରୁଟି l ପ୍ରାୟତଃ ଲୋକମାନେ ବାସି ରୁଟି ଖାଇବା ଠାରୁ ଦୂରେଇ ରୁହନ୍ତି ଏବଂ ଏହା ପଛରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ କାରଣ ମଧ୍ୟ ଦିଅନ୍ତି l କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ, ବାସି ରୁଟି ଖାଇବା ଆମ ଶରୀର ପାଇଁ ଅନେକ ଲାଭ ହୋଇଥାଏ l ତେବେ ଆସନ୍ତୁ ଜାଣିବା ବାସି ରୁଟି ଖାଇବା ଦ୍ୱାରା କ’ଣ ଲାଭ ହୋଇଥାଏ…

ବାସ୍ତବରେ, ବାସି ରୁଟି ନ ଖାଇବା ପଛର କାରଣ ହେଉଛି ଏହାର ସ୍ୱାଦ, କିନ୍ତୁ ଏହା ଜାଣିବା ମଧ୍ୟ ଜରୁରୀ ଯେ ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ l ଯଦିଓ ଗହମରୁ ନିର୍ମିତ ତାଜା ରୁଟି ଅତ୍ୟଧିକ ପୁଷ୍ଟିକର ବୋଲି ବିବେଚନା କରାଯାଏ । କିନ୍ତୁ ଯେତେବେଳେ ଏହି ରୁଟି ବାସି ହୋଇଯାଏ, ସେତେବେଳେ ଏହାର ଗୁଣ ଅଧିକ ବଢିଥାଏ ।

ଜାଣିବା ଜରୁରୀ ଯେତେବେଳେ ରୁଟିକୁ ସେକା ଯାଏ ସେତେବେଳେ ରୁଟିରେ ଥିବା ଗ୍ଲୁକୋଜ ପରିମାଣ କମି ଯାଇଥାଏ । ଯେଉଁମାନଙ୍କ ମଧୁମେହ ଏବଂ ରକ୍ତଚାପ ଭଳି ରୋଗ ରହିଛି ସେମାନେ ଏହି ବାସି ରୁଟି ପ୍ରତିଦିନ ଖାଇବା ଉଚିତ ।

ଯଦି କ୍ଷୀର ସହିତ ବାସୀ ରୁଟି ଖାଉଛନ୍ତି ତେବେ ଶରୀରର କୋଷ୍ଟକାଠିନ୍ୟ ସମସ୍ୟା, ଅମ୍ଳତା ଆଦିରୁ ଆରାମ ମିଳିଥାଏ । ବାସି ରୁଟିରେ ଫାଇବର ମଧ୍ୟ ମଳିଥାଏ । ଏହା ଆମ ହଜମ ପ୍ରକ୍ରିୟାକୁ ଠିକ କରିବାରେ ସାହାର୍ଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଯଦି ଆପଣ ପୁରୁଣା ରୁଟି ଖାଉଛନ୍ତି ତେବେ ଏହା ଆମ ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିବାରେ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।

ଯଦି ଗ୍ରୀଷ୍ମ ଋତୁରେ ଆପଣ କ୍ଷୀର ସହ ବାସି ରୁଟି ଖାଉଛନ୍ତି ତେବେ ଆମ ଶରୀରର ତାପମାତ୍ରା ନିୟନ୍ତ୍ରୀତ ହୋଇଥାଏ । ଏହା ସହିତ ହାଇ ଷ୍ଟ୍ରୋକ ଭଳି ସମସ୍ୟାର କୌଣସି ବିପଦ ନଥାଏ । ଯଦି ରାତିରେ ବାସି ରୁଟି ଖାଉଛନ୍ତି ତେବେ ଏହା ଶରୀର ପାଇଁ ଅଧିକ ଲାଭ ଦାୟକ ବୋଲି ବିବେଚନା କରାଯାଏ ।




