ଦେଶ- ବିଦେଶ

ଡିଏମକେ ନିର୍ବାଚନୀ ଇସ୍ତାହାରରେ ନିଟ୍ ନିଷିଦ୍ଧ, ସିଏଏକୁ ନା’, ରାଜ୍ୟପାଳ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା – Kalinga News

[ad_1]

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ବୁଧବାର ଦିନ ଦଳର ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି। ଡିଏମକେର ନିର୍ବାଚନ ଇସ୍ତାହାରରେ ପୁଡ଼ୁଚେରୀ ପାଇଁ ରାଜ୍ୟପାହ୍ୟା, ନିଟ୍ ପରୀକ୍ଷାଲ ନିଷିଦ୍ଧ, ରାଜ୍ୟପାଳଙ୍କୁ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତା ସମେତ ଅନ୍ୟାନ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଇସ୍ତାହାର ପ୍ରସ୍ତୁତି ପାଇଁ ଷ୍ଟାଲିନ ମଧ୍ୟ ତାଙ୍କ ଭଉଣୀ କାନିମୋଝିଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଦଳ ମଧ୍ୟ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଇସ୍ତାହାର ଜାରି କରିବାପରେ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ଏହା ହେଉଛି ଡିଏମକେ ଯାହା ନିର୍ବାଚନ ପୂର୍ବରୁ ଇସ୍ତାହାର ପ୍ରସ୍ତୁତ କରେ ଏବଂ ଯାହା କହେ ତାହା ପାଳନ କରେ। ଆମର ନେତାମାନେ ଆମକୁ ଏହା ଶିଖାଇଛନ୍ତି। ଦ୍ରାବିଡୀୟ ମଡେଲ ଅଧୀନରେ ତାମିଲନାଡ଼ୁର ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନା ସାରା ଭାରତରେ ଲାଗୁ ହେବ ବୋଲି ଷ୍ଟାଲିନ କହିଛନ୍ତି। ଭଉଣୀ କାନିମୋଝିଙ୍କୁ ପ୍ରଶଂସା କରି ଷ୍ଟାଲିନ କହିଛନ୍ତି, ପ୍ରତି ଜିଲ୍ଲା ଉପରେ ଫୋକସ୍ କରି କାନିମୋଝି ଅତି ଚମତ୍କାର ଇସ୍ତାହାର ପ୍ରସ୍ତୁତ କରିଛନ୍ତି ବୋଲି ଷ୍ଟାଲିନ କହିଛନ୍ତି। କାନିମୋଝି କହିଛନ୍ତି, ଆମେ ସମଗ୍ର ରାଜ୍ୟ ବୁଲିଛୁ ଏବଂ ବିଭିନ୍ନ ଲୋକଙ୍କ କଥା ଶୁଣିଛୁ। ଏହା ଡିଏମକେ ଇସ୍ତାହାର ନୁହେଁ ବରଂ ଲୋକମାନଙ୍କର ଇସ୍ତାହାର ବୋଲି ସେ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button