ରାଜ୍ୟ

ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତ – Kalinga News

[ad_1]

ପୋଲ ତଳକୁ ବାଇକ ଖସି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଜାତୀୟ ରାଜପଥ ୩୨୬ ଡୁମ୍ବା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୋହନା : ପୋଲ ତଳକୁ ବାଇକ ଖସି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଜାତୀୟ ରାଜପଥ ୩୨୬ ଡୁମ୍ବା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ ପୋଲ ତଳକୁ ଖସିଯିବା ଫଳରେ ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି l ମୃତକଦ୍ବୟ ହେଲେ ଛେଳିଗଡ଼ ଗାଁର ଟୁକୁନା ସିଂ ଓ ମଣ୍ଟୁ ପାଲ୍ l ବାଇକରେ ଦୁହେଁ ଛେଳିଗଡ଼ରୁ ଆର. ଉଦୟଗିରି ଅଭିମୁଖେ ଯିବା ବେଳେ ଦୁର୍ଘଟଣା ଘଟିଛି l ଦୁର୍ଘଟଣା ପରେ ପ୍ରଥମେ ଆହତଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଘଟଣାସ୍ଥଳରେ ଆର. ଉଦୟଗିରି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button